ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଟି କୋଟି ଟଙ୍କାର ପିଏନବି ଘୋଟାଲାକୁ ନେଇ ଫେରାର ଥିବା ଅଭିଯୁକ୍ତ ନୀରବ ମୋଦି ଲଣ୍ଡନରେ ଥିବା ଜାଣି ରାଜନୈତିକ ମହଲ ସରଗରମ ହୋଇଉଠିଛି । ଏହାକୁ ନେଇ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।
କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା କହିଛନ୍ତି କି, ବ୍ୟାଙ୍କ ଘୋଟାଲାରେ ଛୋଟ ମୋଦିକୁ ଏବେ ଲଣ୍ଡନରେ ଏକ ୭୫ କୋଟିର ଫ୍ଲାଟରେ ଦେଖିବାକୁ ମିଳୁଛି । ଏହାସହିତ ୧୦ ହଜାର କୋଟି ଟଙ୍କାର ଜ୍ୟାକେଟ ପିନ୍ଧି ମଉଜ ମସ୍ତି କରୁଥିବାର ନଜରକୁ ଆସିଛି । ଏହା ସତ, ମୋଦି ଜୀ ପ୍ରଥମେ ଦେଶର ବ୍ୟାଙ୍କରୁ କୋଟି କୋଟି ଟଙ୍କା ଲୁଟି ନେଇଯାଅ, ପୁଣି ବିନା କୌଣସି ଦ୍ୱନ୍ଦରେ ଦେଶରୁ ଭାଗି ଯାଅ । ଏହାପରେ ଇଡି ଏବଂ ଦେଶର ବ୍ୟାଙ୍କକୁ ଠେଙ୍ଗା ଦେଖାଅ । ଏବେ ପୁଣି ୭୫ କୋଟିର ଫ୍ଲାଟରେ ଅୟଶ କର ।
ମୋଦି ଅଛନ୍ତି ତ ଏହା ସମ୍ଭବ, କାରଣ ଲାଗୁଛି କି ମୋଦି ଜୀ, ଛୋଟ ମୋଦି ଏବଂ ତାଙ୍କ ମାମୁଁ ସେହୁଲ ଚୋକସି ମିଶି ବ୍ୟାଙ୍କ ଫ୍ରଡଷ୍ଟର ସେଟଲମେଣ୍ଟ କମ୍ପାନୀ ଚଲାଉଛନ୍ତି । ଗୋଟେ ଲକ୍ଷ କୋଟି ଟଙ୍କା ନେଇ ବ୍ୟାଙ୍କରୁ ଫେରାର ହେଲା ପରେ ବି ତାଙ୍କ ମଧ୍ୟରୁ କେହି ଜଣେ ବି ଧରା ହୋଇ ନାହାନ୍ତି ।
ଖବରମୁତାବକ, ନୀରବ ମୋଦିକୁ ନେଇ ଦି ଟେଲିଗ୍ରାଫ୍ ଏକ ବଡ ଖୁଲାସା କରିଛି । ସେ ଲଣ୍ଡନରେ ଖୁଲମଖୁଲା ବୁଲୁଛନ୍ତି । ଏହାବ୍ୟତିତ ସେ ଏବେ ଲଣ୍ଡନରେ ହୀରା ବ୍ୟବସାୟ କରିବା ସହ କୋଟି କୋଟି ଟଙ୍କାର ବିଳାଶପୂର୍ଣ୍ଣ ଫ୍ଲାଟରେ ଜୀବନ ଅତିବାହିତ କରୁଛନ୍ତି ।