ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣଙ୍କର ବ୍ୟାଙ୍କରେ ଜମା ଥିବା ଟଙ୍କା କେତେ ମାତ୍ରାରେ ସୁରକ୍ଷିତ । ଆଜି ଆମେ ଏକଥା ଏଥି ପାଇଁ କହୁଛୁ କାରଣ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ଅପରେଟିଭ ବ୍ୟାଙ୍କର ଗ୍ରାହକ ନିଜ ଟଙ୍କା ନିଜେ ବ୍ୟାଙ୍କରୁ ଉଠାଇ ପାରୁ ନାହାନ୍ତି ।
ରିପୋର୍ଟ ମୁତାବକ, ଯଦି ବ୍ୟାଙ୍କ କୌଣସି କାରଣରୁ ସଙ୍କଟରେ ଫସୁଛି ତେବେ ଜମାକର୍ତ୍ତାକୁ ଏକ ଲକ୍ଷ ଟଙ୍କା ମିଳିବ । ବ୍ୟାଙ୍କରେ ଜମା ଥିବା ଟଙ୍କାର ଡିଆଇସିଜିସି ର ଇନ୍ସୁରାନ୍ସ ରହିଛି । ସେଥିପାଇଁ ଯଦି ବ୍ୟାଙ୍କରେ କୌଣସି ପ୍ରକାର ସମସ୍ୟା ଉପୁଜୁଛି ତେବେ ଜମାକର୍ତ୍ତାଙ୍କୁ ଡିଆଇସିଜିସି ପକ୍ଷରୁ ଭରଣ କରାଯିବ ।
ଏନେଇ ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି , ମନ୍ତ୍ରାଳୟ ପକ୍ଷରୁ ବ୍ୟାଙ୍କରେ ଜମା ରାଶି ଉପରେ ବର୍ତ୍ତମାନର ଏକ ଲକ୍ଷ ଟଙ୍କାର ବୀମା ସୀମାକୁ ବଢାଇବା ପାଇଁ ବିଚାର କରାଯାଉଛି ।