ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ପାଇଁ କଂଗ୍ରେସ ପକ୍ଷରୁ ପାଞ୍ଚ ଜଣ ପ୍ରାର୍ଥିଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ ବିଜେପିରେ ଥିବା ପୂର୍ବତନ ସାଂସଦ ନାନା ପଟୋଲେଙ୍କୁ ନାଗପୁର ପାଇଁ ଟକେଟ ଦିଆଯାଇଛି ।
ମିଡିଆ ରିପୋର୍ଟ ମୁତାବକ, କେନ୍ଦ୍ରୀୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡକରୀଙ୍କ କହିବାନୁଯାୟୀ, ସେ କଦାପି ରାଜନୈତିକ ପ୍ରତିଦ୍ୱନ୍ଦିତା ସହିତ ଶତୃତା ରଖନ୍ତି ନାହିଁ । ଆଗାମୀ ମାସରେ ନାଗପୁର ଲୋକସଭା ସିଟ୍ ରୁ ଗଡକରୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଥିବା ନାନା ପଟୋଲେଙ୍କୁ ଗଡକରୀ ଖୋଦ୍ ଶୁଭକାମନା ଜଣାଇଛନ୍ତି ।
ପଟୋଲେ ଯେତେବେଳେ ବିଜେପିରେ ଥିଲେ ସେତେବେଳେ ଗଡକରୀଙ୍କ ଆର୍ଶିବାଦ ତାଙ୍କ ସାଥୀରେ ଥିଲା ବୋଲି ସାମ୍ବାଦିକ ଆଲୋଚନାରେ କୁହାଯାଇଥିଲା । ଏନେଇ ଗଡକରୀ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ଦଳ ଛାଡି ଦେଉଛନ୍ତି ତେବେ ଏହାର ଅର୍ଥ ନୁହେଁ କି ତାଙ୍କ ପ୍ରତି ଆଉ ଆର୍ଶିବାଦ ନାହିଁ । ମୁଁ ରାଜନୀତିରେ ଏଭଳି ଶତୃତା ରଖେ ନାହିଁ । ତାଙ୍କ ସହିତ ମୋ ଶୁଭକାମନା ରହିଛି । ଏହାପରେ ସେ କହିଥିଲେ କି ଗତ ପାଞ୍ଚ ବର୍ଷରେ ନିଜେ କରିଥିବା କାର୍ଯ୍ୟର ପରିବର୍ତ୍ତନ ଲୋକଙ୍କ ସାମ୍ନାରେ ଆଣିବେ ।