ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଜେଟ ପୂର୍ବ ସରକାରୀ ବ୍ୟାଙ୍କ ର ପ୍ରମୁଖଙ୍କ ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖିଥିଲେ । ବୈଠକରେ ଏମଡିଆର ଶୁଳ୍କକୁ ନେଇ ଅର୍ଥମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ନେଣ ଦେଣର ଅଧିସୂଚିତ ଉପାୟ ଉପରେ ଏମଡିଆର ଶୁଳ୍କ ଲାଗିବ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି କି, କିଛି ବଛା ବଛି ପେମେଣ୍ଟ ମୋଡ୍ ଉପରେ ୧,ଜାନୁଆରୀ, ୨୦୨୦ ରୁ ରୂପେ, ୟୁପିଆଇ ମାଧ୍ୟମରେ ନେଣ ଦେଣରେ କୌଣସି ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍(ଏମଡିଆର) ଲାଗୁ ହେବ ନାହିଁ ।