ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଆଡା ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ସାଧାରଣ ନିର୍ବାଚନ ସହ ଯୋଡିବା ଉଚିତ୍ ନୁହେଁ, ଏହାସହିତ ଏଥିପାଇଁ ନା କୌଣସି ରାଜନୈତିକ ଲାଭ ନା ଶ୍ରେୟ ନେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ କହିଛନ୍ତି ।
ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ କହିବାନୁଯାୟୀ, ସେ କୌଣସି ପଦ ପାଇଁ ପ୍ରତିଯୋଗୀ ନୁହଁନ୍ତି କି ପ୍ରଧାନମନ୍ତ୍ରୀ ପଦ ରେସ୍ ରେ ସାମିଲ ନୁହଁନ୍ତି । ନରେନ୍ଦ୍ର ମୋଦିଙ୍କ ଭାରି ଜନାଦେଶ ସହିତ ପ୍ରଧାନମନ୍ତ୍ରୀଙ୍କ ରୂପରେ ସେ ଫେରିବେ ଏବଂ ଏଥରକ ତାଙ୍କୁ ୨୦୧୪ ଲୋକସଭା ନିର୍ବାଚନ ମୁକାବିଲାରେ ବିଶାଳ ଜନାଦେଶ ମିଳିବ ।
ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି କି, ‘ପାକିସ୍ତାନ ବିରୋଧରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ନିର୍ବାଚନରେ ଯୋଡା ଯିବା ଉଚିତ୍ ନୁହେଁ । ଏହାକୁ ନିର୍ବଚନୀ ପ୍ରସଙ୍ଗ କରିବା ଉଚିତ୍ ନୁହେଁ କି ଏନେଇ କୌଣସି ପ୍ରକରରେ ଶ୍ରେୟ ନେବା ବି ଉଚିତ୍ ନୁହେଁ । ଯଦି ଏନେଇ ବିପକ୍ଷ ଦଳକୁ ସନ୍ଦେହ ହେଉଛି ତେବେ ଏହା ତାଙ୍କର ଅସୁବିଧା । କିନ୍ତୁ ଏହି ପ୍ରସଙ୍ଗରେ ରାଜନୀତି ନକରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରିବି ।’
କୁହାଯାଉଛି କି ନିର୍ବାଚନ ପରେ ସରକାର ଗଢିବା ପାଇଁ ଅନ୍ୟ ରାଜନୀତିକ ଦଳର ସମର୍ଥନଙ୍କ ଆବଶ୍ୟକ ପଡିବା ଦ୍ୱାରା ଗଡକରୀଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ରୂପେ ମଇଦାନ ଓହ୍ଲା ଯାଇପାରେ । ଏହାକୁ ନେଇ ସେ କହିଛନ୍ତି କି ଜନାଦୋ ମିଳିଲେ ବି ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସ୍ ରେ ନାହାନ୍ତି ।