ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସମ୍ପତି କିଣାବିକାକୁ ନେଇ ଏବେ ଅମିତ ସାହାଙ୍କୁ ସମନ ଜାରି କରିଛନ୍ତି କୋର୍ଟ । କେବଳ ଅମିତ ସାହା ନୁହଁନ୍ତି ଲିଷ୍ଟରେ ରହିଛନ୍ତି ବିଜେପି ନେତା ଜଗନ୍ନାଥ ସାମଲ ଓ ଶାହାଙ୍କ ପ୍ରତିନିଧି ସୁଦର୍ଶନ ଗୋଏଲ । ଗତ ମାର୍ଚ୍ଚ ୨୯ରେ ଯାଜପୁରରୋଡ ସିଭିଲ ଜଜ ସିନିୟର ଡିଭିଜନ ଏହି ସମନ ଜାରି କରିଥିବା ଜଣାପଡିଛି ।
ରିପୋର୍ଟ କହୁଛି, ବ୍ୟାସନଗର ତହସିଲ ମଣିପୁର ମୌଜାର ପାଣିକୋଇଲି ନିକଟରେ ରହିଛି ଗୌରାଙ୍ଗ ମହାପ୍ରଭୁଙ୍କ ୩.୫୪ ଏକର ଜମି । ଏହି ଜମି ବିଭିନ୍ନ ସମୟରେ ବିଭିନ୍ନ ନାମକୁ ହସ୍ତାନ୍ତର ହୋଇଥିବା ବେଳେ କୁନ୍ତଳା ଦାସ ଏନେଇ କୋର୍ଟରେ ମାମଲା ଦାୟର କରିଥିଲେ । ବିଜେପି ନେତା ଜଗନ୍ନାଥ ସାମଲ ଜୁନଆରୀ ୨୯ରେ ବିଜେପିକୁ ୯୩ ଡେସିମିଲ ଜମି ୬୨ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଅମିତ ଶାହାଙ୍କ ପାୱାରଅଫ ଆଟର୍ଣ୍ଣି ପାଇଥିବା ସୁଦର୍ଶନ ଗୋଏଲଙ୍କୁ ଶ୍ରୀ ସାମଲ ବିକ୍ରି କରିଛନ୍ତି । ଏହି ଜମିକୁ ନେଇ କୋର୍ଟରେ କେସ ଚାଲିଥିବା ବେଳେ ଜମି ବିକ୍ରି କରାଯାଇଥିବାରୁ କୁନ୍ତଳା ଦାଶ ଯାଜପୁର ରୋଡ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।