ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧାନ ଓ ଅନ୍ୟ ବିହନର ନିମ୍ନତମ ସମର୍ଥନ ମୂଲ୍ୟ (ଏମଏସପି) ଘୋଷଣା ପାଇଁ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ଓଡିଶା ସରକାର । ସାଧାରଣ ଭାବେ ଖରିପ ଋତୁରେ ଚାଷ ହେଉଥିବା ଧାନର ଏମଏସପି ଜୁନ ଶେଷ ସୁଧା ଘୋଷଣା କରାଯାଇଥାଏ । ହେଲେ ଏ ବର୍ଷ ବିଳମ୍ବ ହେଉଛି ।ଏଥିପାଇଁ ଚାଷୀମାନେ ମଧ୍ୟ ଚିନ୍ତାଗ୍ରସ୍ତ ହେଲେଣି ବୋଲି ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।
ଏହା ବ୍ୟତୀତ ସେ କହିଛନ୍ତି ଯେ ରାଜ୍ୟ ସରକାର ଏକ ପତ୍ରରେ କେନ୍ଦ୍ର ସରକାରଙ୍କୁ କୁଇଂଟାଲ ପିଛା ୨,୯୩୦ଟଙ୍କା ଏମଏସପି ଧାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଏବଂ କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଆରୋପ ଲଗାଇଛନ୍ତି ।
ଅନ୍ୟପଟେ ବିଜେପି ବିଧାୟକ ପ୍ରଦିପ ପୁରୋହିତ କହିଛନ୍ତି ଯେ ପ୍ରମୁଖ ଫସଲଗୁଡିକର ନିମ୍ନତମ ସମର୍ଥନ ମୂଲ୍ୟ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି ।