ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ନେତା ଶଶି ଥରୁରଙ୍କ ଅଭିଯୋଗକୁ ନେଇ ଦିଲ୍ଲୀର ଏକ ଅଦାଲତ ପକ୍ଷରୁ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଆଦେଶ ଦିଆଯାଇଛି । ଏହି ଅଭିଯୋଗ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁର ତଦନ୍ତ ସମ୍ବନ୍ଧୀୟ ଗୋପନୀୟ କାଗଜପତ୍ର ଚୋରୀ ମାମଲାରେ ଜଡିତ ଅଛି ।
ମେଟ୍ରୋପଲୀଟନ୍ ମାଜିଷ୍ଟ୍ରେଟ୍ ଧମେନ୍ଦ୍ର ସିଂ ଜାନୁଆରୀ ୨୧ରେ ଦେଇଥିବା ଆଦେଶରେ ଏହି ମାମଲାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଦେଶରେ କୁହାଯାଇଥିଲା କି, ଏହି ମାମଲାରେ ତଦନ୍ତର ଆବଶ୍ୟକତା ଅଛି ।
ଅଦାଲତ ପକ୍ଷରୁ କୁହାଯାଇଛଇ କି, ‘ଏହି ମାମଲାରେ କେତେ ଲୋକଙ୍କୁ ତଦନ୍ତ କରାଯିବ ତାହା ଅଦାଲତ ଦେଖିବ । ଏହି ପରିସ୍ଥିତିରେ ସମ୍ବୋନ୍ଧିତ ଏସଏଚଓ କୁ ଏହି ମାମଲାରେ ଏଫଆଇଆର ଦାଖଲ କରିବା ଏବଂ ଆଇନ୍ ଅନୁଯାୟୀ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଆଗାମୀ ଅପ୍ରିଲରେ ଶୁଣାଣି କରାଯିବ ।’
ଥରୁରଙ୍କ ପକ୍ଷରୁ ବରିଷ୍ଠ ଓକିଲ ବିକାଶ ପାହବା ଅଦାଳଥରେ କହିଥିଲେ କି, ମୃତ୍ୟୁ ମାମଲାରେ ତଦନ୍ତ ସମୟରେ ପୋଲିସ ମୃତକଙ୍କ କିଛି ସାମଗ୍ରୀ ଜବତ କରିଥିଲା । ଅଭିଯୋଗକାରୀ ଏବଂ ତାଙ୍କର ଜଣେ ସହଯୋଗୀ ନାରାୟଣ ସିଂଙ୍କ ବୟାନକୁ ରେକର୍ଡ କରାଯାଇଥିଲା । ଏହି ସମସ୍ତ ସାମଗ୍ରୀ, କାଗଜପତ୍ର ଏବଂ ବୟାନ ସମ୍ପୂର୍ଣ୍ଣ ଗୋପନୀୟ ଥିଲା । ଏହା କେବଳ ତଦନ୍ତକାରୀ ଟିମ୍ ଙ୍କ ହସ୍ତଗତରେ ଥିଲା ।
ଥରୁର ଅଭିଯୋଗ ଆଣିଛନ୍ତି କି ଏହି ମୃତ୍ୟୁ ମାମଲାର କିଛି ଡକ୍ୟୁମେଣ୍ଟକୁ ରିପବ୍ଲିକ୍ ଟିଭି ଚ୍ୟାନେଲରେ ଆଗତ କରାଯାଇଥିଲା ।