ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ସ୍ଥାନରୁ ମିଳିଥିବା ଉପହାର ଗୁଡିକର ପ୍ରଦର୍ଶନ ଏବଂ ଇନିଲାମ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ରୀୟ ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଶନିବାର ଦିନ ନୂଆ ଦିଲ୍ଲୀରେ ‘ନାସନାଲ ଗ୍ୟାଳେରୀ ଅଫ୍ ମର୍ଡନ ଆର୍ଟ’ ରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ପ୍ରହଲ୍ଲାଦ ସିଂହ କହିଛନ୍ତି, ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦେଶର ଜୀବନ ରେଖା ଗଙ୍ଗା ନଦୀକୁ ‘ନାମିତ ଗଙ୍ଗେ’ ମାଧ୍ୟମରେ ସଂରକ୍ଷିତ କରିବାର କାର୍ଯ୍ୟକ୍ରମ ପାଇଁ ନିଜକୁ ମିଳୁଥିବା ସମସ୍ତ ଉପହାରକୁ ନିଲାମୀ କରିବାର ନିର୍ଣ୍ଣୟ ନେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଏହି ସ୍ମୃତିର ମୂଲ୍ୟକୁ ମୁଦ୍ରାରେ ମପା ଯାଇ ପାରିବ ନାହିଁ । କିନ୍ତୁ ଉପହାର ସହ ଜଡିତ ଭାବନାତ୍ମକ ମୂଲ୍ୟ ଯଥେଷ୍ଟ । ‘ନାମିତ ଗଙ୍ଗେ’ ପରିଯୋଜନା ପାଇଁ ତାଙ୍କୁ ଶୁଭେଚ୍ଛା ଦେଇଥିବା ଶୀର୍ଷ ୨୦ ଉଚ୍ଚତମ ନୀଲାମୀ ଡକାଳିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏକ ଚିଠି ପଠାଯିବ ।
ଏହି ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ଯାଏଁ ୱେବପୋର୍ଟାଲରେ ଆୟୋଜିତ କରାଯିବ । ଇତି ମଧ୍ୟରେ ୨୭୦୦ ରୁ ଅଧିକ ସ୍ମାରକ ଗ୍ରନ୍ଥର ଇ-ନିଲାମି କରାଯିବ । ଏହାସହିତ ପାଖାପାଖି ୫୦୦ ଟି ସ୍ମାରକ ଗ୍ରନ୍ଥକୁ ଗ୍ୟାଲେରୀରେ ପ୍ରଦର୍ଶନ କରାଯିବ । ପ୍ରଦର୍ଶିତ ହୋଇଥିବା ମେମେଣ୍ଟାସ ଗୁଡିକୁ ପ୍ରତ୍ୟେକ ସପ୍ତାହରେ ବଦଳା ଯିବ । ସେହି ଉପହାର ମଧ୍ୟରେ ରହିଛି ପେଣ୍ଟିଙ୍ଗ, ମେମେଣ୍ଟୋ, ମୂର୍ତ୍ତି, ଶାଲ, ପଗଡି, ଜ୍ୟାକେଟ ଏବଂ ପାରମ୍ପରିକ ସଙ୍ଗୀତ ବାଦ୍ୟଯନ୍ତ୍ର । ଏଗୁଡିକ ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ ହୋଇ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ନିଲାମୀରେ ଯେଉଁ ଟଙ୍କା ଆସିବା ତାକୁ ନାମିତ ଗଙ୍ଗେ ପରିଯୋଜନାରେ ଲଗାଯିବ ।