ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କର ଆଜି ୭୪ତମ ଜନ୍ମ ଦିବସ । ମାତ୍ର ତାଙ୍କର ଏହି ଖାସ୍ ଦିନରେ ସେ ଏବେ ଆଇଏନଏକ୍ସ ମିଡିଆ ମନି ଲାଣ୍ଡ୍ରିଂ ମାମଲାରେ ତିହାଡ ଜେଲରେ ଅଛନ୍ତି । ସେ ସେଠାରେ ସେପ୍ଟମ୍ବର ୧୯ ପର୍ଯ୍ୟନ୍ତ ରହିବେ କାରଣ ଏହି ମାମଲାରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ୧୪ ଦିନ ପାଇଁ ନ୍ୟାୟିକ ହେଫାଜତରେ ପଠାଯାଇଛି । କିନ୍ତୁ ପି. ଚିଦାମ୍ବରମ ଜନ୍ମଦିବ ଅବସରରେ ତାଙ୍କ ପୁଅ ଏବଂ ଶିବଗଙ୍ଗା ସିଟ୍ ତାଙ୍କୁ ଚିଠି ଲେଖିଛନ୍ତି । ଏହି ଚିିଠି ମାଧ୍ୟରେ କାର୍ତ୍ତି ଚିଦାମ୍ବରମ ତାଙ୍କ ପିତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ମୋଦି ସରକାରଙ୍କ ଉପରେ ହମଲା କରିଛନ୍ତି ।
ଚିଠିର ଆରମ୍ଭରୁ କାର୍ତ୍ତି ଲେଖିଛନ୍ତି ପ୍ରିୟ ଅପ୍ପା,ଆଜି ଆପଣ ୭୪ବର୍ଷରେ ପାଦ ଥାପିଛନ୍ତି ଏବଂ କୌଣସି ୫୬ ଇଞ୍ଚି ଆପଣଙ୍କୁ ରୋକି ପାରିବ ନାହିଁ । ଆପଣ କେବେ କୌଣସି ଭବ୍ୟ ସମାରୋହର ପକ୍ଷଧର ହୋଇନାହାନ୍ତି କିନ୍ତୁ ଆଜି ଦେଶରେ ପ୍ରତ୍ୟେକ ଛୋଟ ଜିନିଷର ଉତ୍ସବ ପାଳନ କରାଯାଉଛି । ଆପଣଙ୍କ ଜନ୍ମଦିନ ସେଭଳି ନାହିଁ ଯେଉଁଭଳି ଆପଣ ଆମ ସହ ଥିଲେ ହୋଇଥାଏ । ମୁଁ ଆପଣଙ୍କୁ ମନେପକାଉଛି । ଆପଣଙ୍କ ଅନୁପସ୍ଥିତି ଆମ ପାଇଁ ଝଟକା ଏବଂ ଆମେ ଚାହୁଁଛି କି ଆପଣ କେକ୍ କାଟିବା ପାଇଁ ଘରକୁ ଆସନ୍ତୁ ।
ଏହି ଚିଠିରେ କାର୍ତ୍ତି ଇସ୍ରୋର ଚନ୍ଦ୍ରଯାନ ୨ କଥା ଉଠାଇଛନ୍ତି । ଇସ୍ରୋ ଅଧ୍ୟକ୍ଷ କେ ସିବନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲିଙ୍ଗନକୁ ସେ ଡ୍ରାମା ବୋଲି କହିଛନ୍ତି । ଏହାସହିତ ସେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ଆଇଷ୍ଟିନ ବୟାନକୁ ନେଇ ଟାର୍ଗେଟ କରିଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ପିୟୁଷ ଗୋୟଲ ୫୦ ଟ୍ରିଲିଅନ ଟଙ୍କାର ଅର୍ଥବ୍ୟବସ୍ଥା ବନାଇବା ପାଇଁ ଅଲୋଚନା କରୁ୍ଥିଲେ । ଏହି ଅବସରରେ ସେ କହିଥିଲେ କି ଅର୍ଥବ୍ୟବସ୍ଥାକୁ ନେଇ ବଡ ଡାଟା କୁ ଦେଖିବା ଆବଶ୍ୟକତା ନାହିଁ । ଯଦି ଆଇଷ୍ଟିନ୍, ମ୍ୟାଥମେଟିକ ଏବଂ ଷ୍ଟାଟିଷ୍ଟିକ ପ୍ରତି ଚିନ୍ତା କରିଥାନ୍ତା ତେବେ ସେ କଦାପି ଗୁରୁତ୍ୱାକର୍ଷଣର ନିୟମକୁ ଖୋଜି ନଥାନ୍ତା । ଅପରପଟେ ସେ ଏହି ଚିଠି ମାଧ୍ୟରେ ଆର୍ଥିକ ମାନ୍ଦାବସ୍ଥା ଏବଂ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।