ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ବୁଧବାର ଉପସ୍ଥାପନା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ବଜେଟ୍ କୁ ନେଇ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏହାକୁ କମେଡି ବୋଲି କହିଛନ୍ତି । ସେ କହିଛନ୍ତି କି ସରକାର ଯେବେ ଯାହା ବି କରୁଛନ୍ତି କମେଡି କଲା ଭଳି ଲାଗୁଛି ।
ପ୍ରକୃତରେ , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୧୯-୨୦ ବଜେଟ୍ ଘୋଷଣା କରିଛନ୍ତି । ବଜେଟ୍ ଅନୁଯାୟୀ ଏବେ ବିନା ପ୍ୟାନ କାର୍ଡରେ ବି ଆଇଟିଆର ଫାଇଲ କରାଯାଇ ପାରିବ । ହୁଏତ ସେଥିପାଇଁ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ ରହିବା ନିହାତି ଜରୁରୀ । ଏହାକୁ ନେଇ ଚିଦାମ୍ବରମ କମେଡି ବୋଲି କହିଛନ୍ତି ।
କଂଗ୍ରେସ ପାର୍ଟି ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚିଦାମ୍ବରମ କହିଛନ୍ତି କି,ମୋଦି ସରକାର ୱାନ ଏବଂ ଟୁ ର ଏପର୍ଯ୍ୟନ୍ତ ଆଗତ ହୋଇଥିବା ବଜେଟ୍ ଘୋଷଣାରେ ଏହା ସବୁଠାରୁ ଅଧିକ ଅସ୍ପଷ୍ଟ ଭାଷଣ । ବିନା ପ୍ୟାନ କାର୍ଡରେ କେବଳ ଆଧାର କାର୍ଡ ଜରିଆରେ ଆୟକର ପୈଠ କରିବା ଯୋଜନା ମଜାକ ଅଟେ ।
ଏହାସହିତ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ , ଯେତେବେଳେ ଆଧାରକୁ ଆଇଟିଆର ଫାଇଲ କରିବା ପୂର୍ବରୁ ତା ସହିତ ଲିଙ୍କ କରିବା ଅନିବାର୍ଯ୍ୟ କରାଯାଇଛି, ପୁଣି ପ୍ୟାନ କାର୍ଡର ଅର୍ଥ କଣ ରହିଲା ।