ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଅନେଇଛି ଆସନ୍ତା କାଲି ଭାରତର ନିର୍ବାଚନ ଫଳାଫଳକୁ । କିଏ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଏ ସବୁ ଭିତରେ କିନ୍ତୁ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଚାହଁଛି ମୋଦି ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ନ ହୁହନ୍ତୁ ବୋଲି । ଭାରତର ଫଳାଫଳକୁ ଉତ୍ସୁକତାର ସହ ପାକିସ୍ତାନ ଅନେଇ ବସିଛି । ଏମିତି କି ପାକିସ୍ତାନ ଗଣମାଧ୍ୟମରେ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତର ବିଭିନ୍ନ ଗଣମାଧ୍ୟମ ସସ୍ଥା ପକ୍ଷରୁ ରବିବାର ପ୍ରକାଶ ପାଇଥିବା ଏକଜିଟପୋଲକୁ ନେଇ ମଧ୍ୟ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଆଲୋଚନା ହୋଇଥିଲା ।
ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ଏହା ପାକିସ୍ତାନ ପାଇଁ ବଡ ଅଡୁଆ ହେବ ବୋଲି ପାକିସ୍ତାନ ଆଶଙ୍କା କରୁଛି । ପୁଲୱାମା ଆକ୍ରମଣ ପରେ ମୋଦିଙ୍କର ଆତଙ୍କବାଦ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ଡରେଇଛି । ସେହିଭଳି ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନରେ ରହୁଥିବା ମସୁଦଅଜହରକୁ ବିଶ୍ୱ ଆତଙ୍କବାଦ ଘୋଷଣାରେ ମଧ୍ୟ ଭାରତ ସଫଳ ହୋଇଛି ।
ସେହିଭଳି ପାଇଲଟ ଅଭିନନ୍ଦନକୁ ଭାରତ ଫେରାଇ ଆଣିବା ପରି ଘଟଣା ଆଜି ପାକିସ୍ତାନକୁ ଭୟବିତ କରୁଛି । ଯାହାଫଳରେ ଇମ୍ରାନ ଖାନଙ୍କ ସରକାର ଚାହୁନାହିଁ ମୋଦି ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି । ସୂଚନାଯୋଗ୍ୟ ଗତ ୨୦୧୪ ନିର୍ବାଚନରେ ମୋଦି ଅର୍ଥନୀତିକୁ ଅସ୍ତ୍ର କରି ନିର୍ବାଚନ ଓହ୍ଲାଇଥିବା ବେଳେ ୨୦୧୯ ରେ ପ୍ରତିରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେଲେ ପାକିସ୍ତାନରେ ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି । ସେ ଯାହାବି ହେଉ ଆସନ୍ତା କାଲି ସବୁ ସ୍ପଷ୍ଟ ହୋଇଯିବ ।