ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରି ଆସୁଛି କଂଗ୍ରେସ । ଇତି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ତାଙ୍କର ମତ ରଖିଛନ୍ତି । ମଙ୍ଗଳବାର ଦିଗବିଜୟ ସିଂହ କହିଛନ୍ତି କି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ) ସହିତ ପୂରା କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହେବା ଉଚିତ୍ ।
ଭୋପାଳରେ ଆୟୋଜିତ ‘ପ୍ରେସ ସେ ମିଲିଏ’ କାର୍ଯ୍ୟକ୍ରମରେ ଦିଗବିଜୟଙ୍କୁ ଜାମ୍ମୁ-କାଶ୍ମୀର ଉପରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି ଆମେ ତ ଚାହୁଁଛୁ କାଶ୍ମୀର ଭାରତର ରହୁ ବୋଲି । ପିଓକେ ସହିତ ପୂରା କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହେବା ଉଚିତ୍ ।
ଦିଗବିଜ୍ୟ ଆହୁରୀ ମଧ୍ୟ କହିଛନ୍ତି କି , ମୁଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି କାଶ୍ମୀରରେ ଶାନ୍ତି ସ୍ଥାପିତ ହେଉ ଏବଂ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଭାଇଚାର ସେମିତି ରହୁ । ସେଥିପାଇଁ ଇଶ୍ୱରଙ୍କ ପ୍ରାେ ପ୍ରର୍ଥନା କରିବା ଛଡା ଆଉ କୌଣସି ବିକଳ୍ପ ନାହିଁ ।
ଯେତେବେଳେ ତାଙ୍କ ପ୍ରଶ୍ନ କରାଗଲା କି ଧାରା ୩୭୦ ଉପରେ ଦେଇଥିବା ତାଙ୍କର ବୟାନ ଦ୍ୱାରା ସାଧାରଣ ଜନତା ଆକ୍ରୋଶିତ ଏବଂ ଏହାଦ୍ୱାରା ସେ ଅଲୋକପ୍ରିୟ ହେଉଛନ୍ତି । ଏହାର ଜବାବ ଦେଇ ସେ କହିଛନ୍ତି କି , ଗୋଟେ କଥା ବୁଝି ନିଅନ୍ତ ଯେଉଁ ବ୍ୟକ୍ତି ସତ ରାସ୍ତାରେ ଚାଲେ ତାକୁ ପଥର ଖାଇବାର ଅଭ୍ୟାସ ରହିବା ଉଚିତ୍ ।