ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ କିଛି ଦିନ ଯାଏଁ ଅର୍ଥବିଭାଗ ଦାୟିତ୍ୱ ତୁଲାଇବେ ରେଳମନ୍ତ୍ରୀ ପିୟୁଷ ଗୋୟଲ । ଏନେଇ ରାଷ୍ଟ୍ରପତି ଭବନରେ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଶ ଅନୁଯାୟୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ ପିୟୁଶ ଗୋୟଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କର୍କଟ ରୋଗ ହୋଇଥିବା ଯୋଗୁଁ ସେ ଆମେରିକାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଭାରତ ଫେରିବା ଯାଏଁ ଅର୍ଥବିଭାଗ ଦାୟିତ୍ୱ ପିୟୁଶ ଗୋୟଲ ସମ୍ଭାଳିବେ । ଅନ୍ୟପଟେ ଫେବୃଆରୀ ପହିଲାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା ହେବ ବୋଲି ସୂଚନା ମିଳିଛି ।