ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି । ଦୁଇ ଦିନିଆ ଚେନ୍ନାଇ ଗସ୍ତରେ ଥିବା ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ମହାବଲିପୁରମଠାରେ ଦ୍ୱିପାକ୍ଷୀୟ ଅର୍ଥନୈତିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ମୋଦି ଆଜି ସକାଳୁ ମର୍ଣ୍ଣି ୱାକ୍ କରିବା ସମୟରେ ସମୁଦ୍ର କୂଳ ସଫେଇ କରିଛନ୍ତି । ସବୁବେଳେ ସ୍ୱଚ୍ଛତା ଅଭିଯାନ ପାଇଁ ନାରା ଦେଉଥିବା ମୋଦି ଆଜି ନିଜେ ମହାବଲିପୁରମ ସମୁଦ୍ରକୂଳ ସଫେଇ କରୁଥିବାର ନଜର ଆସିଛନ୍ତି । କଳା ରଙ୍ଗର ମର୍ଣ୍ଣିଂ ଆଉଟ୍ ଫିଟି ପିନ୍ଧି ପୂରା ଯୋଶରେ ସଫେଇ କାର୍ଯ୍ୟରେ ଲାଗିପଡିଛନ୍ତି ମୋଦି ।
ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେ ସମୁଦ୍ର କୂଳରେ ବୁଲିବା ସହ ସେଠାରେ ପଡିଥିବା ବିଭିନ୍ନ ଅଳିଆ ଆବର୍ଜନା ତଥା ଜରି,କାଗଜ, ପ୍ଲାଷ୍ଟିକ ବୋତଲ,କାଚ ବୋତଲ ଆଦିକୁ ଟିକିନିକ୍ କରି ଗୋଟାଇବା ସହ ଏକ ବ୍ୟାଗରେ ଭର୍ତ୍ତି କରି ରିସର୍ଟର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି । ସେପଟେ ମୋଦି ସଫେଇ କାର୍ଯ୍ୟ କରୁଥିବାର ନିଜେ ଟ୍ୱିଟ୍ କରି ଜଣାଇଛନ୍ତି ।
Plogging at a beach in Mamallapuram this morning. It lasted for over 30 minutes.
Also handed over my ‘collection’ to Jeyaraj, who is a part of the hotel staff.
Let us ensure our public places are clean and tidy!
Let us also ensure we remain fit and healthy. pic.twitter.com/qBHLTxtM9y
— Narendra Modi (@narendramodi) October 12, 2019