ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କର ଆଜି ପରଲୋକ ଘଟିଛି । ଏନେଇ ତାଙ୍କ ପୁଅ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅହମଦଙ୍କ ନିଧନ ଖବର ଣୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି କି, ଅହମଦ ପଟେଲ ଜୀଙ୍କ ନିଧନରେ ଦୁଃଖିତ । ସେ ସାର୍ବଜନିକ ଜୀବନରେ ଅନେକ ବର୍ଷ ବିତାଇଛନ୍ତି । ସମାଜ ପାଇଁ ସେବା କରିଛନ୍ତି । ସେ ସର୍ବଦା ତାଙ୍କର ତୀକ୍ଷ୍ଣ ବୁଦ୍ଧି ପାଇଁ ଜଣାଶୁଣା ଥିଲେ । କଂଗ୍ରେସ ପାର୍ଟିକୁ ମଜବୁତ କରିବାରେ ତାଙ୍କର ଭୂମିକାକୁ ସର୍ବଦା ମନେ ପକାଯିବ । ଅହମଦ ଭାଇଙ୍କ ଆତ୍ମାକୁ ଶାନ୍ତି ମିଳୁ ।
ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଅହମଦ ପଟେଲଙ୍କ ନିଧନ ପାଇଁ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ଆଜି ଏକ ଦୁଃଖଦ ଦିନ । କଂଗ୍ରେସ ପାର୍ଟିର ସ୍ତମ୍ଭ ଥିଲେ ଅହମଦ ପଟେଲ । ସେ ଦଳରେ ରହି ନିଶ୍ୱାଷ ନେଇଛନ୍ତି ଏବଂ ନିଜର ସବୁଠାରୁ କଠିନ ସମୟରେ ପାର୍ଟି ସହିତ ଛିଡା ହୋଇଛନ୍ତି । ସେ ଦଳ ପାଇଁ ଏକ ସମ୍ପତି ଥିଲେ । ଆମେ ତାଙ୍କୁ ମନେ ପକାଇବୁ ।
ଅନ୍ୟପଟେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବି ଅହମଦ ପଟେଲଙ୍କ ନିଧନରେ ଦୁଃଖ ବ୍ୟକ୍ତ କରିଛନ୍ତି ।