ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଦରକାରୀ ଜିନିଷକୁ ପ୍ରୟୋଗ କରି ନିଜ ଘର ଛାତ ଉପରେ ବିମାନ ତିଆରି କରିଥିବା କ୍ୟାପ୍ଟେନ ଅମୋଲ ଯାଦବଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇରେ ରହୁଥିବା ଅମୋଲ ୧୮ ବର୍ଷ ପରିଶ୍ରମ କରିବା ପରେ ଏହି ଏୟାରକ୍ରାଫ୍ଟକୁ ତିଆରି କରିବାରେ ସଫଳ ହୋଇଛନ୍ତି ।
ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା ହେଉଛନ୍ତି ଅମୋଲ । ଯିଏ ଦେଶ ନିର୍ମାଣରେ କିଛି କରିବାକୁ ଚାହୁଁଛନ୍ତି । ସ୍ୱଦେଶୀ ଏୟାରକ୍ରାଫ୍ଟ ର ନିର୍ମାଣ ତାଙ୍କର ଧୈର୍ଯ୍ୟ ଏବଂ ଦୃଢସଂକଳ୍ପର କାହାଣୀ । ଏହା ମେକଇନ୍ ଇଣ୍ଡିଆର ଏକ ଭଲ ଉଦାହରଣ ।
ଅମୋଲଙ୍କୁ୨୦୧୧ ର ନାଗରିକ ବିମାନ ମହାନିର୍ଦ୍ଦେଶାଳୟ (ଡିଜିସିଏ) ରୁ ବିମାନ ଅନୁମତି ମିଳିବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଏନେଇ ଖବର ପ୍ରକାଶିତ ହେବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଥିଲେ । ଏହାପରେ ଯୁବା ପାଇଲଟଙ୍କୁ ଖୁବ୍ ଶୀଘ୍ର ଅନୁମତି ଦେବା ପାଇଁ ଡିଜିସିଏ କୁ ମୋଦି ନିର୍ଦ୍ଦେଶ ଦେଇଥିଲେ ।