ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିଷ୍ପତିକୁ ଇତିହାସ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି, କର୍ପୋରେଟ୍ ଟ୍ୟାକ୍ସ କମ୍ କରିବାର ନିଷ୍ପତି ଏକ ଇତିହାସ । ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବ, ଦୁନିଆର ଘରୋଇ ନିବେଶକଙ୍କୁ ଆକର୍ଷିତ କରିବ, ବ୍ୟକ୍ତିଗତ କ୍ଷେତ୍ରରେ ପ୍ରତିସ୍ପର୍ଧାରେ ସୁଧାର ଆସିବ, ଚାକିରୀ ପାଇଁ ଅଧିକ ପଦ ବାହାରିବ ଏବଂ ଏହାଦ୍ୱାରା ୧୩୦ କୋଟି ଭାରତୀୟଙ୍କ ବିଜୟ ହେବ ।
The step to cut corporate tax is historic. It will give a great stimulus to #MakeInIndia, attract private investment from across the globe, improve competitiveness of our private sector, create more jobs and result in a win-win for 130 crore Indians. https://t.co/4yNwqyzImE
— Narendra Modi (@narendramodi) September 20, 2019
ସେ ଆହୁରୀ ମଧ୍ୟ କହିଛନ୍ତି କି , ଗତ କିଛି ସପ୍ତାହରେ କରାଯାଇଥିବା ଘୋଷଣାରୁ ସ୍ପଷ୍ଟ ହୋଇଛି କି ବ୍ୟବସାୟ କରିବା ପାଇଁ ଏକ ଭଲ ସ୍ଥାନ ବନାଇବାରେ ଆମ ସରକାର କୌଣସି ମଉକା ଛାଡୁ ନାହିଁ । ସମାଜର ପ୍ରତ୍ୟେକ ବର୍ଗ ରେ ସୁଧାର ଆଣିବା ଏବଂ ଦେଶକୁ ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା କରିବା ପାଇଁ ସମୃଦ୍ଧ କରୁଛି ସରକାର ।
ସେପଟେ ଅର୍ଥମନ୍ତ୍ରୀଙ୍କ ଏହି ନିଷ୍ପତିକୁ ଗୃହମନ୍ତ୍ରୀ ଅମିତ୍ ଶାହା ସମର୍ଥନ କରିଛନ୍ତି । ସେ କହିଛନ୍ତି କର୍ପୋରେଟ୍ ଟ୍ୟାକ୍ସ କମିବାର ଦାବି ବହୁତ ଦିନରୁ ହୋଇ ଆସୁଥିଲା । କିନ୍ତୁ ଏବେ ଏହା ସତ ହୋଇ ସାରିଛି । ଏହି ନିଷ୍ପତି ଆମ କର୍ପୋରେଟସକୁ ବିଶ୍ୱସ୍ତରରେ ପ୍ରତିସ୍ପର୍ଧା କରିବ ଏବଂ ବଜାର ସମ୍ବୋଧିତ ନିବେଶକଙ୍କ ପାଇଁ ଅଧିକ ରୋମାଞ୍ଚକ ହେବ ।
ସେହିପରି ପିୟୁଷ ଗୋୟଲ କହିଛନ୍ତି , କର୍ପୋରେଟ୍ ଟ୍ୟାକ୍ସ ରେ ପାଖାପାଖି ୧୦ ପ୍ରତିଶତ କମିବା ଦ୍ୱାରା ଅର୍ଥବ୍ୟବସ୍ଥାର ସ୍ପିଡ ବଢିଯିବ ଯାହାର ଆଶା ସମସ୍ତେ କରିଛନ୍ତି । ଆମେ ଶୃଙ୍ଖଳାବଦ୍ଧ ଉପାୟରେ ଅନେକ ନିଷ୍ପତି ନେଉଛୁ କିନ୍ତୁ ଆଜିର ନିଷ୍ପତି ସବୁଠାରୁ ବଡ ।
ଏହାସହିତ ନିର୍ମଳା ସୀତାରମଣଙ୍କର ଏହି ନିଷ୍ପତିକୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ୱାଗତ ଜଣାଇଛନ୍ତି ।