ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଜୁନ୍ ମାସ ୨୧ ତାରିଖରେ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ପୂର୍ବରୁ ଯୋଗକୁ ନିଜ ଜୀବନର ଅଭିନ୍ନ ଅଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ଯୋଗର ଫାଇଦା ବିଷୟରେ ମନେ ପକାଇ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଯୋଗାସନର ଭିଡିଓ ମୋଦି ପୋଷ୍ଟ କରିଛନ୍ତି । ଗତ ବର୍ଷ ବି ସେ ସେ ଅନେକ ଯୋଗସନର କ୍ଲିପ୍ ପୋଷ୍ଟ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି କି, ‘ଜୁନ୍ ୨୧ ରେ ଆମେ ଯୋଗ ଦିବସ ୨୦୧୯ ପାଳନ କରିବାକୁ ଯାଉଛୁ । ଯୋଗକୁ ଆପଣଙ୍କ ଜୀବନର ଅଭିନ୍ନ ଅଂଶ କରିବାକୁ ଏବଂ ଅନ୍ୟକୁ ମଧ୍ୟ ପ୍ରେରିତ କରିବା ପାଇଁ ମୁଁ ଅପିଲ କରୁଛି ।’
On 21st June, we will mark #YogaDay2019.
I urge you all to make Yoga an integral part of your life and also inspire others to do the same.
The benefits of Yoga are tremendous.
Here is a video on Trikonasana. pic.twitter.com/YDB6T3rw1d
— Narendra Modi (@narendramodi) June 5, 2019
ଦିଲ୍ଲୀ, ସିମଲା, ମୈଶୁର,ଅହମଦାବାଦ ଏବଂ ରାଞ୍ଚିକୁ ଚଳିତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବଛା ଯାଇଛି ।
ପୁର୍ନବାର ମୋଦି ସରକାର ସତ୍ତାକୁ ଆସିବା ପରେ ଏହା ସରକାରଙ୍କ ପ୍ରଥମ ବଡ ସାର୍ବଜନିକ କାର୍ଯ୍ୟକ୍ରମ ହେବାକୁ ଯାଉଛି ।
ସେପଟେ ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ମୋଦି କହିଛନ୍ତି କି ପ୍ରକୃତି ସହିତ ସୌନ୍ଦର୍ଯ୍ୟପୂର୍ଣ୍ଣ ସମ୍ବନ୍ଧ ଭଲ ଭବିଷ୍ୟ ପାଇଁ ରାସ୍ତା ସଫା କରିଥାଏ । ଆମ ଗ୍ରହ ଏବଂ ପର୍ଯ୍ୟାବରଣ ଏଭଳି ଜିନିଷ ଯାହାକୁ ଆମେ ବହୁତ ଭଲ ପାଇ ଥାଉ । ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଆମେ ଗ୍ରହର ସ୍ୱଚ୍ଛତା ପାଇଁ ପ୍ରତିବଦ୍ଧତାକୁ ଦୋହରାଉଛୁ ।