ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ସପ୍ତାହରେ ୭ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଏହି ରାଜ୍ୟ ଗୁଡିକରେ କରୋନା ପାଇଁ ଉପୁଜିଥିବା ସ୍ଥିତିର ସମୀକ୍ଷା କରାଯିବ ।
ସୂତ୍ର ମୂତାବକ, ଏହି ବୈଠକ ସେପ୍ଟମ୍ବର ୨୩ ଆୟୋଜିତ ହେବାର ସମ୍ଭାବନା ରହିଛି । ଏଥିରେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ବି ଡକାଯିବ ।
ପ୍ରଧାନମନ୍ତ୍ରୀ ମୋଦି କରୋନା ସ୍ଥିତି ସମୀକ୍ଷା ପାଇଁ ନିୟମିତ ରୂପେ ବୈଠକ ଆୟୋଜନ କରୁଛନ୍ତି । ଖାସ୍ କରି ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶରେ କରୋନା ସଂକ୍ରମଣର ସ୍ଥିତି ଗମ୍ଭୀର ରହିଛି ସେଠାରେ ପ୍ରଧାନମନ୍ତ୍ରୀଙ୍କର ଅଧିକ ଧ୍ୟାନ ରହିଛି ।