ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲୱାମା ରେ ଗୁରୁବାର ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ୩୭ ଯବାନ ପ୍ରାଣ ହରାଇଛନ୍ତି । ଏହାସହିତ ଅନେକ ଯବାନ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାକୁ ନେଇ ସାରା ଦେଶରେ ନିନ୍ଦା କରାଯାଇଛି । ଅନ୍ୟପଟେ ଏହି ମାମଲରେ ପାକିସ୍ତାନକୁ ଉଚିତ୍ ଜବାବ ଦେବା ପାଇଁ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି । ସେହିପରି ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ସହିଦଙ୍କ ପରିବାର ଲୋକ କହିଛନ୍ତି ।
ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡକାଇଛନ୍ତି । ଯେଉଁଥିରେ ରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ଏବଂ ଅର୍ଥମନ୍ତ୍ରୀ ସାମିଲ ହେବେ । ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ନରେନ୍ଦ୍ର ମୋଦି ଅମିତ୍ ଶାହାଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି ।
ମଧ୍ୟପ୍ରଦେଶ ଇଟାରସିର ଏକ ସଭାରେ ଆଜି ପ୍ରଧାନମନ୍ତ୍ରୀ ସମ୍ବୋନ୍ଧିତ କରିଥାନ୍ତେ । ଏହା ବ୍ୟତିତ ଉତ୍ତର ପ୍ରଦେଶ ଝାନ୍ସିରେ ତାଙ୍କର ଅନେକ କାର୍ଯ୍ୟକ୍ରମ ଥିଲା । ଯାହାକୁ ଏବେ ରଦ୍ଦ କରାଯାଇଛି ।
ସେହିପରି ଅମିତ୍ ଶାହା ଆଜି ରାୟପୁର ଗସ୍ତରେ ଯାଇଥାନ୍ତେ । ସେ ବୁଢାପାର ଇଂଡୋର ଷ୍ଟାଡିୟମରେ ରାଜନାନ୍ଦ ଗାଁ, ଦୁର୍ଗ, ରାୟପୁର ଏବଂ ଲୋକସଭା କ୍ଲଷ୍ଟରର ୫ ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋନ୍ଧିତ କରିଥାନ୍ତେ ।