ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ଗ୍ଲୋବାଲ ଗୋଲକିପର ସମ୍ମାନରେ ସମ୍ମାନିତ କରାଯାଇଛି । ବିଲ୍ ଗେଟସଙ୍କ ଦ୍ୱାରା ଏହି ଆୱାର୍ଡ ପ୍ରଦାନ କରାଯାଇଛି । ସବୁଠୁ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ବର୍ଷ ଏହି ସମ୍ମାନ ଦିଆଯାଇଥିଏ । ସେହିପରି ମୋଦିଙ୍କ ସ୍ୱଚ୍ଛତା କାର୍ଯ୍ୟ ପାଇଁ ବିଲ ଆଣ୍ଡ ମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ଦିଆଯାଇଛି ।
ନ୍ୟୁୟର୍କରେ ଆୟୋଜିତ ଗ୍ଲୋବାଲ ଗୋଲକିପର ଆୱାର୍ଡ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରି ମୋଦି କହିଛନ୍ତି, ଏହି ସମ୍ମାନ କେବଳ ମୋର ନୁହେଁ, ବରଂ ଏହା ଭାରତବାସୀଙ୍କ ସମ୍ମାନ, ଯିଏ ସ୍ୱଚ୍ଛ ଭାରତର ସ୍ୱପ୍ନକୁ କେବଳ ପୂରଣ କରିଛନ୍ତି ତାହା ନୁହେଁ ବରଂ ଏହାକୁ ନିଜ ଜୀବନର ଭାଗିଦାରୀ କରିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି, ଜାତୀୟ ପିତା ମହାତ୍ମା ଗାନ୍ଧୀ ଭାରତୀୟ ଥିଲେ, କିନ୍ତୁ ସେ କେବଳର ଭାରତର ନଥିଲେ ଏବଂ ଏହି ମଞ୍ଚ ଏହାର ଜୀବନ୍ତ ଉଦାହରଣ । ଆପଣ କଳ୍ପନା କରିପାରିବେ ଯେଉଁ ମାନଙ୍କ ସହିତ ଗାନ୍ଧୀ ଜୀ କେବେ ବି ଦେଖା ହୋଇ ନାହାନ୍ତି , ସେମାନେ ବି ତାଙ୍କ ଜୀବନ ସହ କେତେ ପ୍ରଭାବିତ । ମାର୍ଟିନ ଲୁଥର କିଙ୍ଗ ଜନିୟର ହୁଅନ୍ତୁ ଅବା ନେଲ୍ସନ ମଣ୍ଡେଲା , ସେମାନଙ୍କ ବିଚାରର ଆଧାର ମହାତ୍ମା ଗାନ୍ଧୀ ଥିଲେ । ମାତ୍ର ଆଜି ଲୋକତନ୍ତ୍ର ପରିଭାଷାର ଏକ ସୀମିତ ଅର୍ଥ ରହିଯାଇଛି କି ଜନତା ନିଜ ପସନ୍ଦର ସରକାର ବାଛନ୍ତୁ ଏବଂ ସରକାର ଜନତାର ଅପେକ୍ଷା ଅନୁସାରେ କାମ କରୁ, କିନ୍ତୁ ଲୋକତନ୍ତ୍ରର ଅସଲ ଶକ୍ତି ଉପରେ ବଳ ଦେଇଛନ୍ତି ମହାତ୍ମା ଗାନ୍ଧୀ । ସେ ସେହି ରାସ୍ତା ଦେଖାଇଛନ୍ତି ଯାହାଦ୍ୱାରା ଲୋକେ ଶାସନ ଉପରେ ନିର୍ଭର ନକରି ସ୍ୱାବଲମ୍ବୀ ହେବେ ।