ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୋଗବନୀ ବିରାଟନଗରରେ ଦ୍ୱିତୀୟ ଇଂଟିଗ୍ରେଟେଡ ଚେକ୍ ପୋଷ୍ଟ ଉଦଘାଟନ ହୋଇଛି । ଆଜି ଭିଡିଓ କଂଫ୍ରେସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ୨୦୧୫ର ଭୂକମ୍ପ ଏକ ହୃଦୟବିଦାରକ ଘଟଣା ଥିଲା । ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ମନୁଷ୍ୟର ଦୃଢତା ଏବଂ ନିଶ୍ଚୟର ପରୀକ୍ଷା ନେଇଥାଏ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତବାସୀ ଗର୍ବିତ କାରଣ ଏଭଳି ଦୁଃଖଦ ପରିଣାମର ସାମ୍ନା ଆମ ନେପାଳର ଭାଇ ଓ ଭଉଣୀମାନେ ସାହାସିକତାର ସହ କରିଥିଲେ । ଏହାସହିତ ଭାରତ-ନେପାଳ ସହଯୋଗର ଅର୍ନ୍ତଗତରେ ୫୦ ହଜାରରୁ ୪୫ ହଜାର ଘରର ନିର୍ମାଣ ହୋଇସାରିଲାଣି । ବହୁତ ଶୀଘ୍ର ବାକି ଘର ନିର୍ମାଣ ହୋଇଯିବ ବୋଲି ଆଶା ରହିଛି । ଏହି ଘର ଗୁଡିକୁ ନେପାଳବାସୀଙ୍କୁ ସମର୍ପିତ କରାଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି ଆମର ସହଯୋଗ ଏବଂ ବିକାଶର ପାର୍ଟନରସିପ୍ ଦୃତ ବେଗରେ ବଢି ଚାଲିଛି । ଆମେ ଅନେକ ନୂତନ କ୍ଷେତ୍ରରେ ସହଯୋଗ ଆରମ୍ଭ କରିଛୁ । ମୋର କାମନା ରହିଛି କି ଏହି ନୂତନ ବର୍ଷ ଆପଣଙ୍କ ସହଯୋଗ ଏବଂ ସମର୍ଥନରେ ଆମେ ଆମର ସମ୍ବନ୍ଧକୁ ଆହୁରି ଉଚ୍ଚକୁ ନେଇଯିବୁ ।