ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ‘ଶୌଚାଳୟ ର ଚୌକିଦାର ହେବାକୁ ନେଇ ଗର୍ବିତ’ ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି କଂଗ୍ରେସର ଗାଳି ତାଙ୍କ ପାଇଁ ଗହଣା ସମାନ ।
କଂଗ୍ରେସର ଜଣେ ନେତାଙ୍କ କତିଥ ଟିପ୍ପଣୀରେ ତାଙ୍କ ତୁଳନା ଶୌଚାଳୟର ଚୌକିଦାର ସହିତ କରିବାକୁ ନେଇ ମୋଦି ଏହାର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି । ସେ ଦାବି କରିଛନ୍ତି କି ଲକ୍ଷ ଲକ୍ଷ ମହିଳାଙ୍କ ସ୍ୱାଭିମାନ ଓ ଗାରିମା ର ସଂରକ୍ଷଣ ଅଛି, ଯେଉଁମାନେ ନିଜ ଘରେ ଶୌଚାଳୟ ନହେବା ଦ୍ୱାରା ଅସୁବିଧାର ସମ୍ନା କରୁଥିଲେ ।
ମୋଦି କହିଛନ୍ତି କି, ‘କୋଟି କୋଟି ମହିଳାଙ୍କ ଇଜ୍ଜତର ସଂରକ୍ଷଣ କରି ମୁଁ ଖୁସି ଏବଂ ଗର୍ବିତ, ଯେଉଁମାନଙ୍କୁ ସୂର୍ଯ୍ୟାଦୟୋ ପୂର୍ବରୁ ଶୌଚାଳୟ ପାଇଁ ବାହାରକୁ ଯିବାକୁ ପଡୁଥିଲା ଏବଂ ଏଥିପାଇଁ ପୁଣି ସନ୍ଧ୍ୟା ହେବା ଯାଏଁ ଅପେକ୍ଷା କରିବାକୁ ପଡୁଥିଲା ।’
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୋ ଅପମାନ କରି କଂଗ୍ରେସ ସଫେଇ କାର୍ଯ୍ୟକ୍ରମର ଅପମାନ କରିଛି । ଯେଉଁମାଦେ ଅନେକ ଦିନ ଧରି ଶୌଚାଳୟ ସଫା କରିବାର ଶ୍ରମ କରୁଛନ୍ତି । ଏହା କଂଗ୍ରେସ ପାଇଁ ହସର ବିଷୟ ହୋଇପାରେ, କିନ୍ତୁ ମୁଁ ଏହାକୁ ନେଇ ସମ୍ପୂର୍ଣ୍ଣ ଗମ୍ଭୀର ।
ବର୍ଦ୍ଧାର ପବିତ୍ର ଭୂମିକୁ ଆସି ମୋଦି ସମ୍ମାନିତ ଅନୁଭବ କରିଛନ୍ତି, ଯେଉଁଠାରେ ମହାତ୍ମା ଗାନ୍ଧୀ, ଆଚାର୍ଯ୍ୟ ବିନୋବା ଭାବେ, ବାବା ଆମଟେ ଏବଂ ଅନ୍ୟ ବ୍ୟକ୍ତିମାନେ ଶୋଭା ବଢାଇଛନ୍ତି ।