ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡ ଅଭନନ୍ଦନ ଭର୍ତ୍ତମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ହିନ୍ଦୁସ୍ତାନ ଯାହା ବି କରିବ ଦୁନିଆ ତାକୁ ଭଲ ଭାବେ ଦେଖି ଥାଏ । ଡିକ୍ସିନାରୀ ଶଦ୍ଧର ଅର୍ଥ ବଦଳାଇ ଦେବାର ଶକ୍ତି ଭାରତର ରହିଛି । କାରଣ ଡିକ୍ସିନାରୀ ଅନୁଯାୟୀ ଅଭିନନ୍ଦନର ଅର୍ଥ ହେଉଛି ଶୁଭକାମନା ଏବଂ ଏବେ ଅଭିନନ୍ଦନର ଅର୍ଥ ହିଁ ବଦଳି ଯିବ ବୋଲି ମୋଦି ଦିଲ୍ଲୀ ସ୍ଥିତ କଂଷ୍ଟ୍ରକ୍ସନ ଟେକ୍ନୋଲୋଜି ଇଣ୍ଡିଆ ୨୦୧୯ କନଫରେନ୍ସରେ ସମ୍ବୋଧିତ କରିଛନ୍ତି ।
ଏହି କନଫରେନ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି କି , ଆପଣଙ୍କ ସହାୟତା ପାଇଁ ଆମ ସରକାର ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ସହିତ ରହିଛି । ଭାରତ ସେହି ଦେଶ ସହ ସାମିଲ ଅଛି, ଯେଉଁଠି ଦୃତ ଗତିରେ ସହରୀ କରଣ ହେଉଛି । ହାଉସିଂ ସେକ୍ଟରକୁ ନ୍ୟୁ-ଇଣ୍ଡିଆର ଶକ୍ତି ଏବଂ ଆବଶ୍ୟକତା ପାଇଁ ଦେଶ ଦୁନିଆରେ କଂଷ୍ଟ୍ରକ୍ସନ ସହ ଜଡିତ ଲାଟେଷ୍ଟ ଟେକ୍ନୋଲୋଜି ରହିଛି । ଏହାକୁ ବ୍ୟବହାର କରନ୍ତୁ । ଆମ ସରକାରୀ କାର୍ଯ୍ୟାଳୟରେ ୧.୩ କୋଟି ଘରର ନିର୍ମାଣ କରାଯାଉଛି । ପୁର୍ବ ସରକାର କେବଳ ୨୫ ଲକ୍ଷ ଘରର ନିର୍ମାଣ କରିଥିଲେ । ହାଉସିଂ ସେକ୍ଟରର ରୂପରେଖ ବଦଳାଇବା ପାଇଁ ଫ୍ଲାଗସିପ୍ ଯୋଜନା ଉପରେ ମଧ୍ୟ କାମ କରାଯାଇଛି । ଯେପରିକି ଘରେ ଘରେ ବିଦ୍ୟୁତ୍ ବ୍ୟବସ୍ଥା, ଉଜ୍ଜ୍ୱଳା କନେକ୍ସନ ଏବଂ ଅନ୍ୟ ସୁବିଧା ।
ଫଣ୍ଡିଂ ସହିତ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ହାଉସିଂ ସେକ୍ଟର ଏବଂ ରିଅଲ ଇଷ୍ଟେଟ ସେକ୍ଟରକୁ ସ୍ପଷ୍ଟ ଭାବେ ଆଇନ୍ ସାହାରା ମିଳିପାରିବ ସେଥିପାଇଁ ମଧ୍ୟ କାମ କରାଯାଇଛି ।
ଶେଷରେ ମୋଦି କହିଛନ୍ତି କି ଘର କେବଳ କାନ୍ଥ ନୁହେଁ, ଏହା ଏଭଳି ଏକ ସ୍ଥାନ ଯେଉଁଠି ସ୍ୱପ୍ନ ଦେଖିବାର ଶକ୍ତି ଆସିଥାଏ ଏବଂ ସମସ୍ତ ଆକାଂକ୍ଷା ପୂରା ହୋଇଥାଏ । ଏଠାରେ ମର୍ଯ୍ୟଦା ଏବଂ ସୁରକ୍ଷିତ ଜଡିତ ଥାଏ ।