ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ରେ ପୁର୍ନବାର ବିଜେପି ସରକାର ସତ୍ତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ରେଡିଓ ସୋ’ ମନ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋନ୍ଧିତ କରିବା ପୂର୍ବରୁ ମୋଦି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି, ‘ଚାରି ମାସ ପରେ ମନ୍ କି ବାତ୍ କାର୍ଯ୍ୟକ୍ରମ ପୁଣି ଫେରିଛି, ଯାହାକୁ ମୁଁ ବହୁତ ପସନ୍ଦ କରେ’ ।
After four long months, #MannKiBaat is back to do what it has always loved- celebrate the power of positivity and the strengths of 130 crore Indians!
Do tune in at 11 AM tomorrow morning! pic.twitter.com/aVxLXGqeAh
— Narendra Modi (@narendramodi) June 29, 2019
ତେବେ ଆସନ୍ତୁ ଜାଣିବା ମନ୍ କି ବାତ୍ ରେ କଣ କହିଛନ୍ତି ମୋଦି ।
-ଯେବେ ପଢିବା କଥା ହୁଏ, ତାହା ପୁଣି ମିଡିଆରେ, ମୁଁ କେରଳର ଅକ୍ଷରା ଲାଇବ୍ରେରୀ ବିଷୟରେ ପଢୁଥିଲି । ଆପଣଙ୍କୁ ଏହା ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି ଏହି ଲାଇବ୍ରେରୀ ଇଡ୍ଡୁକୀ ର ଘନ ଜଙ୍ଗଲ ମଝିରେ ଥିବା ଏକ ଗାଁ ରେ ରହିଛି ।
-ଦେଶର ପ୍ରଧାନମନ୍ତ୍ରୀଙ୍କୁ ଯଦି କୌଣସି ବ୍ୟକ୍ତି ଚିଠି ଲେଖନ୍ତି, କିନ୍ତୁ ସେ ନିଜ ପାଇଁ କିଛି ମାଗନ୍ତି ନାହିଁ, ଏହି ଦେଶର କୋଟି କୋଟି ଲୋକଙ୍କ ଭାବନା କେତେ ଉଚ୍ଚରେ ।
-ମନ୍ କି ବାତ୍ ପାଇଁ ଯେଉଁସବୁ ଚିଠି ଆସିଥାଏ ସେଥିରେ ଲୋକ ସମସ୍ୟା ବିଷୟରେ ତ ବର୍ଣ୍ଣନା କରିଥାନ୍ତି, ସମସ୍ୟାର ସମାଧନ ସମାଜବ୍ୟାପି କିଭଳି ହେବ, ଏହାର ଝଲକ ମୁଁ ଆପଣଙ୍କ କଥାରୁ ହିଁ ଅନୁଭବ କରିଥାଏ ।
-ଦେଶର ଉନ୍ନତି ପାଇଁ ୧୩୦ କୋଟି ଦେଶବାସୀ ଦୃଢତା ଏବଂ ସକ୍ରିୟ ଭାବେ ଯୋଡି ହେବାକୁ ଚାହୁଁଛନ୍ତି ।
-ମୁଁ କେଦାରନାଥ କାହିଁକି ଯାଇଥିଲି ସେନେଇ ଅନେକ ଲୋକ ମତେ ପ୍ରଶ୍ନ କରିଛନ୍ତି । ପଚାରିବା ଆପଣଙ୍କ ହକ୍, ଆପଣଙ୍କ ଜିଜ୍ଞାସା ବି ମୁଁ ବୁଝାଇ ପାରିବି ।
-ଏହାସହିତ ଅନେକ ସାରା ସନ୍ଦେଶ ଆସିଛି ଯେଉଁଥିରେ ଲୋକେ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ମିସ୍ କରୁଛନ୍ତି ବୋଲି କହିଛନ୍ତି ।