ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଓଡିଶା ବାହାରେ ରଙ୍ଗର ପର୍ବ ହୋଲି । ଏହି ପବିତ୍ର ରଙ୍ଗ ପର୍ବରେ ପୂରା ଦେଶ ରଙ୍ଗେଇ ହୋଇଛି । ଏହି ଅବସରରେ ପ୍ରତ୍ୟେକ ବ୍ୟକ୍ତି ଶୁଭକାମନା ଦେବାରେ ଲାଗିପଡିଛନ୍ତି । ଏଥିରୁ ବାଦ୍ ପଡି ନାହାନ୍ତି ରାଜନୈତିକ ଦଳ । ଆଜ୍ଞା ହଁ ପ୍ରତ୍ୟେକ ରାଜନୈତିକ ଦଳର ନେତା ଓ ମନ୍ତ୍ରୀମାନେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି କି, ହୋଲିର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ଢେର ସାରା ଶୁଭକାମନା । ହରଷ ଏବଂ ଉଲ୍ଲାସର ଏହି ପର୍ବ ଆମ ଏକତା ଏବଂ ବିଶ୍ୱାସର ରଙ୍ଗକୁ ଆହୁରୀ ପ୍ରଗାଢ କରୁ ।
होली के पावन पर्व की सभी देशवासियों को ढेरों शुभकामनाएं। हर्ष और उल्लास का यह त्योहार हमारी एकता और सद्भावना के रंग को और प्रगाढ़ करे। pic.twitter.com/glZ6eQHaoe
— Chowkidar Narendra Modi (@narendramodi) March 21, 2019
ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି କି ମୋର ଏବଂ ମୋ କଂଗ୍ରେସ ଦଳ ପକ୍ଷରୁ ହୋଲିର ପବିତ୍ର ପର୍ବ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରଙ୍କୁ ହାର୍ଦ୍ଧିକ ଶୁଭକାମନା । ହୋଲିର ଏହି ଉତ୍ସବ ଆପଣଙ୍କ ଜୀବନକୁ ଖୁସିର ରଙ୍ଗରେ ଭରି ଦେଉ, ଏହା ମୋର ଇଶ୍ୱରଙ୍କ ପାଖରେ ପ୍ରାର୍ଥନା ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି ।
आपको और आप के परिवार को होली के पावन अवसर पर मेरी और मेरे समस्त कांग्रेस जन की ओर से हार्दिक शुभकामनाएं।
होली का यह त्यौहार आपके जीवन को खुशीयो के रंग से सराबोर कर दे , मेरी ईश्वर से यही कामना है।#HappyHoli 🌈
— Rahul Gandhi (@RahulGandhi) March 21, 2019
ସେପଟେ ପୁଲୱାମା ଆତଙ୍କି ହମଲାରେ ସହୀଦ ହେହାଇଥିବା ଯବାନଙ୍କୁ ସମ୍ମାନ ଜଣାଇ ଚଳିତ ହୋଲି ନଖେଳିବାକଭୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତି ନେଇଛନ୍ତି । ଏନେଇ ଆମ ଆଦମୀ ପାର୍ଟିର ଟ୍ୱିଟ୍ ରରୁ ଜାଣିବାକୁ ମିଳିଛି ।