ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମନୋହର ପାରିକରିଙ୍କ ନିଧନ ପରେ ଏବେ ଗୋଆର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାବନ୍ତ ଦାୟିତ୍ୱ ନେଇଛନ୍ତି । ସେ ଗତ ବିଳମ୍ବିତ ରାତିରେ ରାଜଭବନଠାରେ ଆୟୋଜିତ ସମାରୋହରେ ଶପଥ ନେଇଛନ୍ତି । ତାଙ୍କୁ ଗୋଆର ରାଜ୍ୟପାଳ ମୃଦୁଳା ସିହ୍ନା ଶପଥ ଗ୍ରହଣ କରାଇଛନ୍ତି ।
ଗୋଆର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ପ୍ରମୋସ ସାବନ୍ତ କହିଛନ୍ତି କି , ମୋତେ ସମସ୍ତ ସହଯୋଗୀଙ୍କ ସହ ସ୍ଥିରତାର ସହିତ ଆଗକୁ ବଢିବାର ଅଛି । ଅଧା କାମକୁ ପୁରଣ କରିବା ମୋ ଦାୟିତ୍ୱ । ମୁଁ ମନୋହର ପାରିକର ଜୀଙ୍କ ଭଳି କାମ କରିପାରିବିନି କିନ୍ତୁ ଯେତିକି ସମ୍ଭବ ମୁଁ ସେତିକି କରିବାକୁ ଚେଷ୍ଟା କରିବି ।
ଖବରମୁତାବକ ଗତ ରବିବାର ଦିନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନିଧନ ହୋଇଥିଲା । ଦୀର୍ଘ କିଛି ଦିନ ହେବ ସେ ପ୍ୟାନକ୍ରିୟାଟିକ୍ କ୍ୟାନ୍ସରରେ ପୀଡିତ ଥିଲେ । ତାପର ଦିନ ମାନେ ସୋମବାର ଦିନ ତାଙ୍କୁ ରାଜକୀୟ ସମ୍ମାନ ସହିତ ଅନ୍ତିମ ବିଦାୟ ଦିଆଯାଇଥିଲା ।
ମନୋହର ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ରାଜନୀତି କସା କସି ଆରମ୍ଭ ହୋଇଯାଇଛି । ଗୋଟେ ପରେ କଂଗ୍ରେସ ରାଜ୍ୟରେ ସରକାର ଗଢିବା ପାଇଁ ଦାବି କରୁଥିବା ବେଳେ ଅନ୍ୟପଟେ ବିଜେପି ତାର ସରକାରକୁ ରକ୍ଷା କରିବାକୁ ଲାଗି ପଡିଛି ।