ବଲାଙ୍ଗିର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୫୪୫ କୋଟି ଟଙ୍କାର ପ୍ରକଳ୍ପର କରିଛନ୍ତି ଉଦଘାଟନ । ଝାରସୁଗୁଡ଼ାରେ ମଲଟି ମଡେଲ ଲଜିଷ୍ଟିକ ପାର୍କ, ସମ୍ବଲପୁର-ଅନୁଗୁଳ ରେଳ ଲାଇନ ବିଦ୍ୟୁତୀକରଣ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ବଲାଙ୍ଗିର-ଖୋର୍ଦ୍ଧା ଲାଇନରେ ବଲାଙ୍ଗୀର ପଟୁ ରେଳ ଚାଲିବ। ବଲାଙ୍ଗିରରୁ ବିଛୁପାଲି ଯାଏ ରେଳ ଲାଇନ ଓ ବିିଛୁପାଲି ଷ୍ଟେସନ ଉଦଘାଟନ ହେବ । ସେହିପରି ୬ଟି ପୋଷ୍ଟ ଅଫିସରେ ପାସପୋର୍ଟ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ବଲାଙ୍ଗୀର, ଫୁଲବାଣୀ, ଜଗତସିଂହପୁର, ବରଗଡ଼, ପୁରୀ ଓ କେନ୍ଦ୍ରାପଡ଼ାରୁ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟନ ହେବ।
ମୋଦିଙ୍କ ଏହି ଗସ୍ତକୁ ମିଶାଇ ତିନିଥର ଓଡିଶା ଗସ୍ତରେ ଆସିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବାରମ୍ବାର ଓଡିଶା ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଡିଶା ଭୋଟରଙ୍କ ମନ ମୋହିବା ପାଇଁ ମୋଦି ଓଡିଶା ଆସୁଛନ୍ତି ବୋଲି କହିଛନ୍ତି ବିଜେଡି ଏବଂ କଂଗ୍ରେସ । ତେବେ ମୋଦି ଯେତେ ଥର ଓଡିଶା ଆସିଲେ ମଧ୍ୟ ନବୀନଙ୍କ ଲୋକ ପ୍ରିୟତା କମିବ ନାହିଁ ବୋଲି କହିଛି ବିଜେଡି ।