ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କଂଗ୍ରେସର ବଂଶବାଦ ରାଜନୀତିକୁ ନେଇ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ଲଗରେ କହିଛନ୍ତି କି , ‘ବଂଶବାଦ ରାଜନୀତି ଦ୍ୱାରା ସବୁଠାରୁ ଅଧିକ କ୍ଷତି ସଂସ୍ଥାକୁ ହୋଇଛି । ଗଣମାଧ୍ୟମରୁ ଆରମ୍ଭ କରି ସଂସଦ, ସେନାଙ୍କଠୁ ନେଇ ଫ୍ରି ସ୍ପିଚ୍, ସମ୍ବିଧାନ ଠାରୁ ନେଇ କୋର୍ଟ, କାହାରିକୁ ବି ଛାଡି ନାହାନ୍ତି । ଯେବେ ବି ବଂଶବାଦୀ ରାଜନୀତି ସାମିଲ ହୋଇଛି ତାହାଦ୍ୱାରା ଦେଶର ସଂସ୍ଥାକୁ କ୍ଷତି ହୋଇଛି ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବ୍ଲଗ ଉପରେ କଂଗ୍ରେସ ପାଲଟା ବାର୍ କରିଛି । ପ୍ରିୟଙ୍କା ଗାନ୍ଧୀ ମୋଦିଙ୍କ ଉପରେ ବାର୍ କରି କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ହେବ ବିଜେପି ତାର ନିଜ ଢଙ୍ଗରେ ସଂସ୍ଥାକୁ ଚଳାଉଛି । ଆମକୁ ଯେତେ ପ୍ରତାଡିତ କରିବେ ଆମେ ସେତେ ଜୋରରେ ଲଢିବୁ । ଆମେ କାହାକୁ ଡରିଲା ବାଲା ନୁହେଁ ।
ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତିତ କଂଗ୍ରେସ ନେତା ତାରିକ ଅନୱର ବି ମୋଦିଙ୍କୁ ପାଲଟା ବାର୍ କରିଛନ୍ତି । ତାରିକ କହିଛନ୍ତି କି , ସେ ଏଭଳି ଏଥିପାଇଁ କହୁଛନ୍ତି କାରଣ ତାଙ୍କର କେହି ବଂଶ ନାହାନ୍ତି । ସାରା ଦୁନିଆରେ ନିଜ ବଂଶକୁ ଆଗକୁ ବଢାଯାଇଥାଏ । ସେ ରାଜନୀତି ହେଉ ଅବା ଅନ୍ୟ କିଛି । ମୋଦି ତାଙ୍କ ବଂଶ ବଢାଇବାକୁ ଚାହୁଁ ନାହାନ୍ତି ସେଥିପାଇଁ ସେ ଏଭଳି କହୁଛନ୍ତିି ।
ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ‘ବଂଶବାଦକୁ ପ୍ରଶ୍ରୟ ଦେଉଥିବା ଦଳ କଦାପି ସ୍ୱତନ୍ତ୍ର ଏବଂ ନିର୍ଭିକ ସାମ୍ବାଦିକଙ୍କ ସହ ସହଜ ହୋଇପାରନ୍ତି ନାହିଁ । ଏହା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ ଯେ କଂଗ୍ରେସ ସରକାର ଦ୍ୱାରା ହୋଇଥିବା ସବୁଠାରୁ ପ୍ରଥମ ସାମ୍ବିଧାନିକ ସଂଶୋଧନ ଫ୍ରି ସ୍ପିଚ୍ ଉପରେ କଟକଣା ଲାଗାଇବା ପାଇଁ ହିଁ ଥିଲା । ଫ୍ରି ସ୍ପିଚ୍ ଅର୍ଥ ସତ୍ୟତାକୁ ଆଇନା ଦେଖାଇବା, କିନ୍ତୁ ତାକୁ ଅଶ୍ଳୀଳ ଏବଂ ଅସଭ୍ୟର ପରିଚୟ ଦେବା ପାଇଁ ଚେଷ୍ଟା କରାଯାଇଛି ।’