ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶ ସରକାରର ଦୁଇ ବର୍ଷ ପୂରଣ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ବୟାନ ରଖିଛନ୍ତି । ଏହି ବୟାନକୁ ନେଇ ପ୍ରିୟଙ୍କା ଗାନ୍ଧୀ ହମଲା କରିଛନ୍ତି । ପ୍ରିୟଙ୍କାର କହିଛନ୍ତି କି ପ୍ରଚାର ଏବଂ ରିପୋର୍ଟ କାର୍ଡ ବହୁତ ଭଲ ଅଛି କିନ୍ତୁ ଅସଲ ମାଟିରେ କିଛି ନାହିଁ । ମୁଁ ନିୟମିତ ଲୋକଙ୍କ ସହିତ ମିଶୁଛି ସେ ଛାତ୍ର ହୁଅନ୍ତୁ ଅବା , କୃଷକ, ଶିକ୍ଷକ ଏବଂ ଯୁବାପିଢୀ ସମସ୍ତେ ଏଠାରେ ପ୍ରତାଡିତ । ସେ ଯାହା ବି ପ୍ରଚାର କରୁଛନ୍ତି ଏବଂ ଯାହା ହେଉଛି, ତାହା ଭିତରେ ଅନେକ ଫରକ ରହିଛି ।
ଉତ୍ତରପ୍ରଦେଶରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୁରଣ ହେବା ଅବସରରେ ବିଜେପି କାର୍ଯ୍ୟାଳୟରେ ଯୋଗୀ ଆଦିତ୍ୟନାଥ ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ସରକାରର ଦୁଇ ବର୍ଷ କାର୍ଯ୍ୟକାଳ ହିସାବ ଦେଇ କହିଛନ୍ତି କି ଗତ ଦୁଇ ବର୍ଷରେ ରାଜ୍ୟରେ ବିକାଶ ହୋଇଛି । ପୂର୍ବରୁ ଅପରାଧ ଏବଂ ଅବ୍ୟବସ୍ଥା ପାଇଁ ରାଜ୍ୟର ଚିହ୍ନଟ ହେଉଥିଲା । ସମାଜବାଦୀ ପାର୍ଟି ଶାସନ କାଳରେ ପ୍ରତ୍ୟେକ ବର୍ଷ ଦଙ୍ଗା ହେଉଥିଲା । ମାତ୍ର ବିଜେପି ସରକାର ଆସିବା ପରେ ରାଜ୍ୟରେ ଆଇନ୍ ବ୍ୟବସ୍ଥାରେ ସୁଧାର ଆସିଛି ।
କେବଳ ଏତିକି ନୁହେଁ ୟୁପି କୁ ରୁଗ୍ଣ ରାଜ୍ୟ ଭାବେ ଲୋକେ ଚିହ୍ନୁଥିଲେ, କିନ୍ତୁ ଗତ ଦୁଇ ବର୍ଷରେ ରାଜ୍ୟର ଛବି ବଦଳି ଯାଇଛି । ବିଜେିପି ସରକାର ଆସିବା ପରେ ୮୬ ଲକ୍ଷ କୃଷକଙ୍କ କୃଷଯ ଋଣ ଛାଡ କରାଯାଇଛି ।
ଆଇନ ବ୍ୟବସ୍ଥାର ସୂଚନା ଦେଇ ଯୋଗୀ କହିଛନ୍ତି କି , ଗତ ଦୁଇ ବର୍ଷ ମଧ୍ୟରେ ୩୩୦୦ ଏନକାଉଣ୍ଟର ହୋଇଛି । ଯାହାଦ୍ୱାରା ଅପରାଧିକ ଭୟାବହ ପରିସ୍ଥିତିରେ ସୁଧାର ଆସିଛି । ୭୪ କୁଖ୍ୟାତ ଅପରାଧି ମରିଛନ୍ତି । ରାଜ୍ୟରେ ଦୁଇ ବର୍ଷ ମଧ୍ୟରେ ଗୋଟେ ବି ଦଙ୍ଗା ହୋଇ ନାହିଁ । ମାତ୍ର ସମାଜବାଦି ପାର୍ଟି ସମୟରେ ଲଗାତର ଦଙ୍ଗା ହେଉଥିଲା । ଏହାସହିତ ମହିଳାଙ୍କ ପ୍ରତି ଏସିଡ୍ ଆକ୍ରମଣ ଘଟଣା କମିଛି ।