ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶ ପୂର୍ବାଞ୍ଚଳରେ ମହାସଚିବ ପଦରେ ନିଯୁକ୍ତି ହେବା ପରେ ଆଜି ପ୍ରିୟଙ୍କ ଗାନ୍ଧୀଙ୍କ ପ୍ରଥମ ରୋଡ୍ ସୋ’ । ଏହାପୂର୍ବରୁ ସେ ସୋସିଆଲ ମିଡିଆରେ ଏଣ୍ଟ୍ରି କରିଛନ୍ତି । ସେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନାମରେ ଏକ ଟ୍ୱିଟର ଆକାଉଣ୍ଟ ଖୋଲିଛନ୍ତି । ଏପର୍ଯ୍ୟନ୍ତ ପ୍ରିୟଙ୍କା ବିଶେଷ କିଛି ଟ୍ୱିଟ୍ କରି ନାହାଁନ୍ତି । ସେ ଏଯାଏଁ ୭ ଜଣଙ୍କୁ ଫଲୋ କରିଛନ୍ତି । ଅନ୍ୟପଟେ ୩୦୦୦ ରୁ ଅଧିକ ଲୋକ ତାଙ୍କ ଆକାଉଣ୍ଟକୁ ଫଲୋ କରିସାରିଲେଣି । ଦିନକୁ ଦିନ ତାଙ୍କ ଫଲୋର୍ସ ସଂଖ୍ୟା ବଢିବାର ଲାଗିଛି ।
Smt. Priyanka Gandhi Vadra is now on Twitter. You may follow her at @priyankagandhi
— Congress (@INCIndia) February 11, 2019
ସେ ଯେଉଁ ୭ ଜଣଙ୍କୁ ଫଲୋ କରିଛନ୍ତି ସେମାନଙ୍କ ମଧ୍ୟରେ ସଚିନ୍ ପାଇଲଟ୍, ଅଶୋକ ଗେହଲଟ,କଂଗ୍ରେସ, ଅହମନ ପଟେଲ, ରଣଦୀପ ସିଂହ,ରାହୁଲ ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିୟା ରହିଛନ୍ତି । ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ନଥିଲେ । ଉତ୍ତର ପ୍ରଦେଶର ରୋଡ୍ ସୋ’ କିଛି ସମୟ ପୂର୍ବରୁ ହିଁ ସେ ସୋସିଆଲ ମିଡିଆରେ ଏଣ୍ଟ୍ରି କରିଛନ୍ତି ।
ଗତ ମାସରେ ଉତ୍ତରପ୍ରଦେଶ କଂଗ୍ରେସ ମହାସଚିବ ଭାବେ ପ୍ରିୟଙ୍କା ରାଜନୀତିରେ ଏଣ୍ଟ୍ରି କରିଥିଲେ । ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ଉତ୍ତର ପ୍ରଦେଶ ପୂର୍ବାଞ୍ଚଳର ଦାୟିତ୍ୱ ଦିଆଯାଇଛି । ଏବେ ରାଜ୍ୟରେ କଂଗେସକୁ ପୁନର୍ଜିବୀତ କରିବାର ଦାୟିତ୍ୱ ପ୍ରିୟଙ୍କାଙ୍କ କାନ୍ଧରେ ରହିଛି ।
ଖବରମୁତାବକ, ମହାସଚିବ ହେବା ପରେ ଲକ୍ଷେ୍ନøରେ ପ୍ରିୟଙ୍କାଙ୍କ ଏହା ପ୍ରଥମ ରୋଡ୍ ସୋ । ଏହି ରୋଡ ସୋ’ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ରହି ଜନତା ସମ୍ବୋଧିତ କରିବେ । ସମସ୍ତ ସୁବିଧା ଅସୁବିଧା ବିଷୟରେ ଜାଣିବା ପାଇଁ ପ୍ରିୟଙ୍କା ୪ ଦିନ ପର୍ଯ୍ୟନ୍ତ ୟୁପିରେ ରହିବେ । ଅନ୍ୟପଟେ ଜ୍ୟୋତିରାଦିତ୍ୟ ସିନ୍ଧିୟା ବି ପଶ୍ଚିମ ଉତ୍ତର ପ୍ରଦେଶର ସମସ୍ତ ସୁବିଧା ଅସୁବିଧାର ତଦାରଖ କରିବେ ।