ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲବାମା ଆତଙ୍କବାଦୀ ହମଲାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ପ୍ରେସ୍ କଂଫ୍ରେନ୍ସରେ ରାହୁଲ କହିଛନ୍ତି କି, ‘ ଏହା ଏକ ଭୟାନକ ଟ୍ରାଜେଡି । ଆମ ସେନାଙ୍କ ବିରୋଧରେ ଏଭଳି ହିଂସା ସମ୍ପୂର୍ଣ୍ଣ ଘୃଣିତ । ଦେଶର ଯବାନଙ୍କ ସହିତ ଆମେ ସମସ୍ତେ ଅଛୁ । କୌଣସି ବି ଶକ୍ତି ଏହି ଦେଶକୁ ଖଣ୍ଡବିଖଣ୍ଡିତ ବା ଭାଙ୍ଗି ପାରବନି ।’
ସେ ଆହୁରୀ ମଧ୍ୟ କହିଛନ୍ତି କି, ବର୍ତ୍ତମାନ ଶୋକ, ଦୁଃଖ ଏବଂ ସମ୍ମାନର ସମୟ । ଆମେ ଭାରତ ସରକାର ଏବଂ ଆମ ସୁରକ୍ଷାବଳଙ୍କୁ ପୂରା ସମର୍ଥନ କରୁଛୁ । ଆମେ ଏହାବ୍ୟତିତ କୌଣସି ଅନ୍ୟ ଜିନିଷ ଉପରେ ବାର୍ତ୍ତାଳାପ କରିବୁ ନାହିଁ । ଏହି ହମଲା ବହୁତ ନିନ୍ଦନୀୟ । ବିପକ୍ଷ ଦଳ ସେନାଙ୍କ ସହ ଅଛି ।
ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି କି, ‘ଆଜି ଶୋକର ଦିନ । ଆମ ଦେଶ ପାଖାପାଖି ୪୦ ଜଣ ଯବାନଙ୍କୁ ହରାଇଛି । ଆମର ସବୁଠୁ ବଡ କର୍ତ୍ତବ୍ୟ ହେଉଛି ଏହି ସମୟରେ ସହିଦ ଯବାନଙ୍କ ପରିବାରଙ୍କ ସାଥ୍ ଦେବା । ଆତଙ୍କବାଦୀଙ୍କ ଏଭଳି ଜଘନ୍ୟ କାଣ୍ଡକୁ ମୁଁ ନିନ୍ଦା କରୁଛି । ସହିଦ ଯବାନ ଏବଂ ତାଙ୍କ ପରିବାର ସହିତ ଆମ ସମ୍ବେଦନ ରହିଛି ।’