ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପଞ୍ଜାବରେ ଏବେ ସରକାର ଗଢିଛି ଆମ୍ ଆଦମୀ ପାର୍ଟି ଆପ୍ । ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବାର ୨ ଦିନ ପରେ ଆଜି ତାଙ୍କ କ୍ୟାବିନେଟ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ ।
ଭଗୱନ୍ତ ମାନ୍ ଙ୍କ ନେତୃତ୍ୱରେ ଆଜି ୧୦ ମନ୍ତ୍ରୀ ସେମାନଙ୍କର ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏନେଇ ସ୍ୱତନ୍ତ୍ର ଶପଥ ପାଠ ସମାରୋହ ଆୟୋଜନ ହୋଇଛି ।
ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ସମସ୍ତଙ୍କୁ ପଛରେ ପକାଇ ବହୁଳ ଭୋଟରେ ବାଜି ମାତ କରିଥିଲା ଆମ୍ ଆଦମି ପାର୍ଟି । ୧୧୭ ଟି ସିଟ୍ ରୁ ୯୨ ଟି ସିଟ୍ ରେ ଆପ୍ ର ବିଧାୟକ ବାଜିମାତ୍ କରିଥିଲେ ।