ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରକ୍ଷାମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସରୁ ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିବା ପରେ ଗୁରୁବାର ରାତିରେ ଭାରତ ଫେରିଛନ୍ତି । ସେପଟେ ବିଦେଶରେ ରାଫେଲ ବିମାନ ପୂଜା କରିବା କୁ ନେଇ ଉଠିଥିବା ବିବାଦ ଉପରେ ସେ କହିଛନ୍ତି, ‘ମୋତେ ଯାହା ଠିକ୍ ଲାଗିଲା ମୁଁ ତାହା କଲି । ଏହା ଆମ ଆସ୍ଥାର ମହାଶକ୍ତି ଏବଂ ମୁଁ ଏହା ଉପରେ ଛୋଟବେଳୁ ଭରଷା କରି ଆସୁଛି ।’
ସେ ଆହୁରୀ ମଧ୍ୟ କହିଛନ୍ତି, ମୁଁ ମାନୁଛି କଂଗ୍ରେସ ପାର୍ଟିର ବି ଏହି ଧାରଣା ରହିଛି । ଜରୁରୀ ନାହିଁ କି ଏହି ଧାରଣା ପ୍ରତ୍ୟେକଙ୍କର ରହିବ । ସବୁ ଧର୍ମର ଲୋକଙ୍କୁ ନିଜ ଆସ୍ଥା ଅନୁସାରେ ପ୍ରାର୍ଥନା କରିବାର ଅଧିକାର ରହିଛି । ଯଦି ଅନ୍ୟ କୌଣସି ବ୍ୟକ୍ତି ଏଭଳି କରିଥାନ୍ତେ, ତେବେ ଏହା ଉପରେ ମୋର କୌଣସି ଆପତ୍ତି ନଥାନ୍ତା । ରାଫେଲ ସାମିଲ କରିବା ଦ୍ୱାରା ବାୟୁସେନାର ରକ୍ଷା ଏବଂ ଶକ୍ତି ବୃଦ୍ଧି ହେବ ।