ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ଆଜିକାଲି ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେହିପରି ରାହୁଲ ଗାନ୍ଧୀଙ୍କୁ ନେଇ କହିଥିବା ବୟାନ ଉପରେ ଏବେ ବିବାଦରେ ହେଗଡେ । କରବାଡର ଏକ କାର୍ଯ୍ୟକ୍ରମରେ ସେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ମିଶ୍ରିତ ଜାତିର ବୋଲି କହିଥିଲେ । ସେ କହିଥିଲେ କି ସେ ଏହି ଦେଶକୁ ଜାଣନ୍ତି ନାହିଁ, ତାଙ୍କର ଧର୍ମର କୌଣସି ଜ୍ଞାନ ନାହିଁ । ତାଙ୍କର ପିତା ମୁସଲମାନ ଏବଂ ମାତା ଇସାଇ କିନ୍ତୁ ପୁଅ ନିଜକୁ ବ୍ରାହ୍ମଣ କହୁଛନ୍ତି । ଏହା କିପରି ସମ୍ଭବ? ଆପଣ ଏପରି ମିଶ୍ରିତ ବ୍ରିଡ୍ ଦୁନିଆର କୌଣସି ବି ପ୍ରୟୋଗଶାଳାରେ ଦେଖିବାକୁ ପାଇବେ ନାହିଁ । ଏହା କେବଳ କଂଗ୍ରେସର ପ୍ରୟୋଗଶାଳାରେ ମିଳିବ , ଯେଉଁଠି ପିତା ଏବଂ ପୁତ୍ର ଉଭୟଙ୍କ ଧର୍ମ ଅଲଗା ।
ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ହେଗଡେ ରବିବାର କେଡାଗୁ ଜିଲ୍ଲାର ମାଦାପୁରଠାରେ ହିନ୍ଦୁ ଜାଗରଣ ବେଦିକା କାର୍ଯ୍ୟକ୍ରମରେ କହିଥିଲେ କି ଯେଉଁ ହାତ ହିନ୍ଦୁ ମହିଳାଙ୍କୁ ଛୁଇଁବ ତାଙ୍କର କୌଣସି ଅସ୍ତିତ୍ୱ ରହିବ ନାହିଁ । ଏହାସହିତ ସେ ତାଜମହଲକୁ ଶିବ ମନ୍ଦି ବୋଲି ମଧ୍ୟ କହିଥିଲେ ।
ଏହି ବୟାନକୁ ନେଇ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି କି, ଏହା କେଉଁ ପ୍ରକାରର ଭାଷା? କେନ୍ଦ୍ର ମନ୍ତ୍ରୀ ଖୋଲା ଖୋଲି ଭାବେ ହଂସା ପ୍ରକଟ କରୁଛନ୍ତି । ଯଦି କୌଣସି ମହିଳାଙ୍କୁ ହଇରାଣ କରାଯାଏ ତେବେ କୌଣସି ଧର୍ମକୁ ନ ଦେଖି କାର୍ଯ୍ୟକାରି କରିବା ଉଚିତ୍ ।