ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଗିରଫ ହେଲେ ରାହୁଳ ଗାନ୍ଧି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଆଜି ଦିଲ୍ଲୀଠାରେ ସିବିଆଇ ବିବାଦକୁ ନେଇ ସୁପ୍ରୀମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଦୋଳନର ନାମଦେଇ ହାଇଭୋଲଟେଜ ଡ୍ରାମା କରିଛନ୍ତି । ଖାଲି ସେତିକି ନୁହେଁ ବରିଷ୍ଠ ନେତାମାନେ ମଧ୍ୟ ଗିରଫଦାରୀ ଡ୍ରାମା କରିଛନ୍ତି । କେନ୍ଦ୍ର ସରକାର ସିବିଆଇ ତଦନ୍ତରେ ହସ୍ତକ୍ଷେପ କରୁଥିବାରୁ ଏହାର ବିରୋଧ କରିଛି କଂଗ୍ରେସ ।
ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ଗିରଫ କରାଯାଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ଲୋଧି ରୋଡରେ କଂଗ୍ରେସ ବ୍ୟତୀତ ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସିପିଏମ୍ ଏବଂ ଅନ୍ୟ ଦଳର ନେତାମାନେ ସିବିଆଇ ମୁଖ୍ୟାଳୟ ପର୍ୟ୍ୟନ୍ତ ପଦଯାତ୍ରା କରିଛନ୍ତି ।
ଏହାସହ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବ, ସିପିଆଇର ଡି ରାଜା ଏବଂ ଟିଏମ୍ସିର ନଦିମୁଲ୍ ହକ୍ ମଧ୍ୟ କଂଗ୍ରେସ ସହିତ ଯୋଗ ଦାନ କରିଛନ୍ତି । ଏହି ଅବସରରେ ପୋଲିସ ଆନ୍ଦୋଳନକାରୀ ମାନଙ୍କୁ ଅଟକାଇବା ଲାଗି ବହୁ ପ୍ରୟାସ ପରେ ଶେଷରେ ପାଣି ମାଡର ଆଶ୍ରା ନେଇଥିଲା । ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ପୋଲିସ ଗିରଫ କରିଥିଲା ।
ଏହି ଆନ୍ଦୋଳନରେ ଶହ ଶହ ଲୋକଙ୍କ ନେତୃତ୍ୱ ରାହୁଳ ଗାନ୍ଧି ନେଇଥିଲେ । ସିବିଆଇ ଝଗଡାରେ କେନ୍ଦ୍ର ସରକାର ମୁଣ୍ଡ ପୁରାଇବାକୁ ନେଇ ରାହୁଲ ପ୍ରଶ୍ନ କରିଛନ୍ତି । ଏଥିରୁ ରାଫେଲ ଘୋଟାଲାର ଗନ୍ଧ ବାରି ହୋଇପଡୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।