ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରସରକାରରେ ଥିବା ନିତି ଜଣ ମନ୍ତ୍ରୀଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚିଠି ଲେଖି କେରଳ ବନ୍ୟା ସ୍ଥିତିର ସୁଧାର ଆଣିବା ପାଇଁ ସହାୟତା ମାଗିଛନ୍ତି । ବନ୍ୟାରେ କେରଳର ବାୟନାଡ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ସେଥିପାଇଁ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ରର ସ୍ଥିତି ପରଖିବା ପାଇଁ ବାହାରିଛନ୍ତି । ଲଗାତର ଭାବେ ଦୁଇ ଦୁଇ ଥର ବନ୍ୟା ଆସି କେରଳର ରୂପକୁ ବଦଳାଇ ଦେଇଛି । ଏହି ବନ୍ୟା ଯୋଗୁଁ କେରଳରେ ୧୨୫ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ହଜାର ଘର କ୍ଷତିଗସ୍ତ ହୋଇଛି ।
ରାହୁଲ ତାଙ୍କ ଚିଠିରେ ଲେଖିଛନ୍ତି କି , ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ସବୁଠାରୁ ଖରାପ ବନ୍ୟା ମଧ୍ୟରୁ ଏହା ଅନ୍ୟତମ । ପ୍ରବଳ ବର୍ଷା, ବନ୍ୟା, ଭୁସ୍ଖଳନ ଆଦି ଲୋକମାନଙ୍କ ଘର ଉଜାଡି ଦେଇଛି । ମୁଁ ଅନୁରୋଧ କରୁଛି କି କେରଳ ପାଇଁ ମନରେଗା ଭଳି କାମ ପାଇଁ ଯୋଜନା କରାଯାଉ । ଯାହାଫଳରେ ରାଜ୍ୟର ପୁର୍ନଦ୍ଧାର କରାଯାଇ ପାରିବ ଏବଂ ଗୋଟେ ପରିବାର ପାଇଁ ରୋଜଗାରର ନ୍ୟୁନତମ ଗ୍ୟାରେଣ୍ଟି ର ଦିନରେ ୨୦୦ ଦିନକୁ ବୃଦ୍ଧି କରାଯାଉ ।
କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ରାହୁଲ କହିଛନ୍ତି କି , ବନ୍ୟା ଯୋଗୁଁ ବାୟନାଡର ସଡକ କ୍ଷତିଗ୍ରସ୍ତ ହୋଇଛି । ସେଥିପାଇଁ ସଡକ ମରାମତି ଏବଂ ପୁର୍ନନିର୍ମାଣ ପାଇଁ ଧନ ଆବଣ୍ଟନ କରାଯାଉ । ସେହିପରି ବାୟନାଡର ସ୍ଥିତିର ସୁଧାର ଆଣିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି ।