ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂସଦରେ ଶୀତ କାଳୀନ ଅଧିବେଶନ ଶେଷ ହେବା ପରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଗୋଆରେ ଛୁଟି ମନାଉଛନ୍ତି । ରାହୁଲ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ମିଶି ଦକ୍ଷିଣ ଗୋଆ ଯାଇଛନ୍ତି । ସେଠାରେ ଥିବା ଫିସରମ୍ୟାନ୍ ୱାର୍ଫ ରେଷ୍ଟୁରାଣ୍ଟରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ୟୁପି ଅଧ୍ୟକ୍ଷଙ୍କୁ ଅଚାନକ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ରେଷ୍ଟୁରାଣ୍ଟରେ ରାହୁଲ ଏକ ନୀଳ ରଙ୍ଗର ଟିସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହାସହିତ ସେ ସିଫୁଡ୍ ରେଷ୍ଟୁରାଣ୍ଟରେ ଲୋକଙ୍କ ସହିତ ସେଲଫି ନେଇଛନ୍ତି । ସେହିସମୟରେ ଗାଆର ବେଷ୍ଟ ଡେଣ୍ଟିଷ୍ଟ ରଚନା ଫର୍ଣ୍ଣାଡିଜ୍ ଲଞ୍ଚ କରିବା ପାଇଁ ରେଷ୍ଟୁରାଣ୍ଟରେ ପହଁଚିଥିଲେ । ସେଠାରେ ସେ ରାହୁଲ ଏବଂ ସୋନିଆଙ୍କୁ ଦେଖି କହିଥିଲେ କି ଦୁଇ ରାଜନୀତିଜ୍ଞ ଏଠାରେ ଶାନ୍ତିରେ ଲଞ୍ଚ କଲେ ଏବଂ ସେହି ସମୟରେ କୌଣସି ବି ସୁରକ୍ଷା କର୍ମୀ ଉପସ୍ଥିତ ନଥିଲେ ।
ଫର୍ଣ୍ଣାଡିଜ୍ କହିଛନ୍ତି କି, ‘ଯେତେବେଳେ ମୁଁ ତାଙ୍କୁ ଫଟୋ ଉଠାଇବା ପାଇଁ ପଚାରିଲି ସେତେବେଳେ ରାହୁଲ କହିଥିଲେ କି ଖାଇବା ବିଲ୍ ଦେଇ ସାରିବା ପରେ ଫଟୋ ଉଠାଇବେ’ । ଏହାପରେ ରାହୁଲ ଆସି ଫର୍ଣ୍ଣାଡିଜ୍ ଙ୍କ ସହ ଫଟୋ ଉଠାଇଥିଲେ ।
ରାହୁଲ ଏବଂ ସୋନିଆ ତିନି ଦିନ ପାଇଁ ଗୋଆ ବୁଲିବାକୁ ଯାଇଛନ୍ତି । ଗୋଆର କଂଗ୍ରେସ ପ୍ରବକ୍ତାଙ୍କ ଅନୁସାରେ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା’ ଏଠାକୁ ବ୍ୟକ୍ତିଗତ ଭାବେ ବୁଲିବାକୁ ଆସିଛନ୍ତି । ସେହି ସମୟରେ କୌଣସି ରାଜନୈତିକ ବାର୍ତ୍ତାଳାପ ହେବ ନାହିଁ ।