ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ରଷ୍ଟାଚାରକୁ ନେଇ ମୋ ସହିତ ଆଲୋଚନ କରିବାକୁ ଡରୁଛନ୍ତି । ରାହୁଲ ଟ୍ୱିଟ୍ ଯୋଗେ କହିଛନ୍ତି କି, ‘ପ୍ରିୟ ପ୍ରଧାନମନ୍ତ୍ରୀ କଣ ଆପଣ ଭ୍ରଷ୍ଟାଚାର ପ୍ରସଙ୍ଗରେ ମୋ ସହିତ ଆଲେଚନା କରିବାକୁ ଡରୁଛନ୍ତି?’
Dear PM,
Scared of debating me on corruption? I can make it easier for you.
Let’s go open book, so you can prepare:
1. RAFALE+Anil Ambani
2. Nirav Modi
3. Amit Shah+Demonetisation #Scared2Debate— Rahul Gandhi (@RahulGandhi) April 9, 2019
ଯଦି ଆପଣ ଭଷ୍ଟ୍ରାଚାର ପ୍ରସଙ୍ଗରେ ମୋ ସହିତ ଆଲୋଚନା କରିବାକୁ ଡରୁଛନ୍ତି ତେବେ ମୁଁ ଏହାକୁ ଆହୁରୀ ସହଜ କରି ପାରିବି । ଏହାକୁ ଖୋଲା ପୁସ୍ତକ ପରୀକ୍ଷା ଭଳି କରିଦେବା ଯାହାଦ୍ୱାରା ଆପଣ ପ୍ରସ୍ତୁତ ହୋଇପାରିବେ । ଏହାସହିତ ରାହୁଲ ଏଥିରେ ଆହୁରୀ ତିନୋଟି ପସଙ୍ଗ ଲେଖିଛନ୍ତି । ଯେପରି ରାଫେଲକୁ ଅନୀଲ ଅମ୍ବାନୀଙ୍କ ସହ ଯୋଡିଛନ୍ତି, ବିମୁଦ୍ରିକରଣକୁ ଅମିତ୍ ଶାହା ସହିତ , ଏହାବ୍ୟତିତ ନୀରବ ମୋଦିଙ୍କ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।
ଖାସ୍ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତର ଭାବେ ହମଲା କରି ଚାଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଚୌକିଦାର ଚୋର ବୋଲି ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ଘେରାଉ କରିବାରେ ଟିକେ ବି ମଉକା ହାତଛଡା କରି ନାରହାନ୍ତି ରାହୁଲ ।