ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭାରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଂସଦରେ ରାଫେଲ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାଫେଲ ଡିଲକୁ ନେଇ ମୋଦି ଫ୍ରାନ୍ସ ସହିତ କଥାବର୍ତ୍ତ କରିଛନ୍ତି ଏବଂ ତାଙ୍କୁ ଏନେଇ ଜବାବ ଦେବା ଉଚିତ୍ ବୋଲି ରାହୁଲ ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ରାହୁଲ କହିଛନ୍ତି କି, ରୋବର୍ଟ ଭଦ୍ରା ଏବଂ ପି. ଚିଦାମ୍ବରମ ସମେତ ପ୍ରତ୍ୟେକଙ୍କ ବିରୋଧରେ ଆଇନର ବ୍ୟବହାର କରାଯାଉ, କିନ୍ତୁ ରାଫେଲ ପ୍ରସଙ୍ଗରେ ସରକାରଙ୍କୁ ଜବାବ ଦେବାକୁ ପଡିବ ।
ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଲାନ୍ଦଙ୍କୁ କହିଥିଲେ କି ଅନୀଲ ଅମ୍ବାନୀଙ୍କୁ ୩୦ ହଜାର ଟଙ୍କାର କଣ୍ଟ୍ରାକ୍ଟ ଦିଆଯାଉ । ଏବେ ରକ୍ଷାମନ୍ତ୍ରୀଙ୍କ କହିବାନୁଯାୟୀ ପ୍ରଧାନମନ୍ତ୍ରୀ ସମାନ୍ତର କଥା କହିଛନ୍ତି ଏବଂ ଆମ ସ୍ଥିତି କମଜୋର ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ । ୩୦ ହଜାର କୋଟି ଟଙ୍କା ବାୟୁସେନାଙ୍କ ପାଇଁ ବ୍ୟବହାର ହୋଇପାରିଥାନ୍ତା । କିନ୍ତୁ ସେହି ଟଙ୍କା ଅନୀଲ ଅମ୍ବାନଙ୍କୁ ଦେଇଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଛୁ କି ଦେଶରୁ ପ୍ରଧାନମନ୍ତ୍ରୀ ଚୋରୀ କରିଛନ୍ତି । ମୁଁ କଡା ଶଦ୍ଧ ବ୍ୟବହାର କରିବାକୁ ଚାହୁଁନଥିଲି, କିନ୍ତୁ ଏବେ ମୁଁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛି କି ପ୍ରଧାନମନ୍ତ୍ରୀ ଚୋର ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତର ସାମ୍ନା କରୁଥିବା ପି. ଚିଦାମ୍ବରମ ଏବଂ ରୋବର୍ଟ ଭଦ୍ରାଙ୍କୁ ନେଇ ରାହୁଲ କହିଛନ୍ତି କି, ରୋବର୍ଟ ଭଦ୍ରା ଏବଂ ଚିଦାମ୍ବରମଙ୍କ ସମେତ ପ୍ରତ୍ୟେକଙ୍କ ବିରୋଧରେ ଆଇନର ବ୍ୟବହାର କରାଯାଉ, କିନ୍ତୁ ରାଫେଲ ଡିଲକୁ ନେଇ ସରକାରଙ୍କୁ ଜବାବ ଦେବାକୁ ପଡିବ । ଆଇନକୁ ତାର ସମସ୍ତ ପ୍ରକ୍ରିୟା ପୂରା କରିବାକୁ ଦିଆଯାଉ ।
ନିକଟରେ ରାହୁଲ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ସେ କହିଥିଲେ କି , ସେ ରାଫେଲ ପ୍ରସଙ୍ଗରେ ପାରିକରଙ୍କର ସହ କଥା ହୋଇଥିଲେ । ଏହାପରେ ଦୁହେଁ ଦୁହିଁଙ୍କ ବିରୋଧରେ ଚିଠି ଲେଖିଥିଲେ । ମାତ୍ର ଆଜି ଏହି ମାମଲାରେ ସେ କହିଛନ୍ତି କି , ମୁଁ ମନୋହର ପାରିକରଙ୍କ ସହ ଦେଖା ହୋଇଥିଲି କିନ୍ତୁ ରାଫେଲକୁ ନେଇ କୌଣସି କଥା ବର୍ତ୍ତା ହୋଇନଥିଲା । । କେବଳ ଗୋଟେ ଶିଷ୍ଟାଚାର ଭାବେ ଦେଖାହୋଇଥିଲି, ଯାହା ତାଙ୍କ ବିଷୟରେ କଥା ହୋଇଥିଲି ।