ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଜୈଶ-ଏ-ମୋହମ୍ମଦ ର ମୁଖ୍ୟକୁ ଚୀନ ଦ୍ୱାରା ଭିଟୋ ପାୱାର ବ୍ୟବହାର କରି ରକ୍ଷା କରାଯିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଡା ପ୍ରତିକ୍ରିୟା ରଖିଛନ୍ତି ।
ରାହୁଲ ଟ୍ୱିଟ୍ କରି କହିଛନ୍ତି କି , ‘କମଜୋର ମୋଦି, ଜିଙ୍ଗପିଙ୍ଗ୍ ଙ୍କୁ ଏତେ ମାତ୍ରାରେ ଡରି ଯାଇଛନ୍ତି କି ଚୀନ ଭାରତ ବିରୋଧରେ ଏତେ ବଡ ପଦକ୍ଷେପ ଉଠାଇଲା । କିନ୍ତୁ ମୋଦିଙ୍କ ମୁହଁରୁ ଗୋଟେ ଶଦ୍ଧ ବାହାରିଲା ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି କି ଚୀନ୍ କୁ ନେଇ ନମୋର କୂଟନୀତି ।:
– ଗୁଜୁରାଟରେ ଜିଙ୍ଗପିଙ୍ଗ ସହିତ ମିଶି ଦୋଳିରେ ଝୁଲ
– ଦିଲ୍ଲୀରେ ଜିଙ୍ଗପିଙ୍ଗଙ୍କୁ ଆଲଙ୍ଗନ କର
– ଚୀନ୍ ରେ ଜିଙ୍ଗପିଙ୍ଗଙ୍କ ସାମ୍ନାରେ ନଇଁପଡ ।’
Weak Modi is scared of Xi. Not a word comes out of his mouth when China acts against India.
NoMo’s China Diplomacy:
1. Swing with Xi in Gujarat
2. Hug Xi in Delhi
3. Bow to Xi in China https://t.co/7QBjY4e0z3
— Rahul Gandhi (@RahulGandhi) March 14, 2019
ସବୁଠୁ ବଡ କଥା ହେଉଛି ପୁଲୱାମା ହମଲା ପରେ ମାସୁଦ ଅଜହରକୁ ଆତଙ୍କବାଦୀ ଘୋଷିତ କରିବାକୁ ନେଇ ୟୁଏନଏସସି ରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟ୍ରେନ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ଯାହା ବିରୋଧରେ ଚୀନ୍ ତାର ଭିଟୋ ପାୱାର ବ୍ୟବହାର କରି ଆତଙ୍କୀ ମସୁଦ ଅହଜରକୁ ଆତଙ୍କି ଘୋଷିତ ହେବାରୁ ରକ୍ଷା କରିଛି ।
ମସୁଦ ଅଜହର ବିରୋଧରେ ଭାରତ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ରରେ ଅଡିଓ ଟେପ୍ ଦିଆଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ପୁଲୱାମା ହମଲା ପରେ ମସୁଦ ଅଜହର ଏହାର ଦାୟିତ୍ୱ ନେଇଥିଲେ । କିନ୍ତୁ ଚୀନତ ତାର ଭିଟୋ ବ୍ୟବହାର କରି ମସୁଦ ଅଜହରକୁ ଆତଙ୍କି ଘୋଷିତ ହେବାରୁ ରକ୍ଷା କରି ନେଇଛି । ଏହାସହିତ ସେ କହିଛି ସେ ଅଜହର ବିରୋଧରେ ଆତଙ୍କିର ସଠିକ୍ ପ୍ରମାଣ ନାହିଁ ଏବଂ ଆତଙ୍କି ସଂଗଠନ ଏବଂ ଅଜହର ମଧ୍ୟରେ କୌଣସି ପ୍ରକାର ସଂଯୋଗ ନାହିଁ ବୋଲି ଚୀନ୍ ଜିଦ୍ ଧରି ବସିଛି ।