ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ପରାଜୟ ନେଇ ରାହୁଳ ଗାନ୍ଧି ନିଜକୁ ଦୋଈ କରି ଅଧ୍ୟକ୍ଷ ପଦରୁ ଇସ୍ତପା ଦେବା ପାଇଁ ଜିଦ ଧରିଛନ୍ତି । ଏମିତି କି ଏନେଇ ସେ ଇସ୍ତପା ପତ୍ର ମଧ୍ୟ କାର୍ଯ୍ୟାରିଣୀ କମିଟିକୁ ଦେଇଥିଲେ । ହେଲେ କାର୍ଯ୍ୟକାରୀ କମିଟି ରାହୁଲଙ୍କ ଇସ୍ତପାକୁ ଗ୍ରହଣ କରିନଥିଲେ । ଏମିତିକି ଉକ୍ତ ପଦବିରେ ରହିବାକୁ ସେ କାର୍ଯ୍ୟକାରୀ କମିଟି ରାହୁଲଙ୍କୁ କହିଥିଲେ । ରାହୁଲ କିନ୍ତୁ ଏଥିରେ ଏକମତ ହୋଇନଥିବା ଜଣାପଡିଛି ।
ତେବେ କାର୍ଯ୍ୟକାରିଣୀ କମିଟି ପକ୍ଷରୁ ପୁଣି ସୋନିଆ ଗାନ୍ଧିକୁ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ପରାମର୍ଶ ଦେଇଥିଲେ ତେବେ ଏଥିରେ ସୋନିଆ ବି ରାଜି ନହେବାରୁ ପ୍ର୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ପାଇଁ ସୋନିଆ ଗାନ୍ଧି ଓ ରାହୁଲଙ୍କୁ ଅହମଦ ପଟେଲ ଓ କେସି ବେଣୁଗୋପାଳ ପ୍ରସ୍ତାବ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏ ନେଇ ଚୂଡାନ୍ତ ନିଷ୍ଫତି ନିଆଯାଇ ନାହିଁ ।
ଏମିତିକି ପରାଜୟର କାରଣ ଜଣେ ନୁହେଁ ସମସ୍ତ ଦଳୀୟ ନେତା ବୋଲି କହି ଅହମଦ ପଟେଲ ଓ ବେଣୁଗୋପାଳ ବୁଝାଇଥିଲେ ତଥାପି ରାହୁଲ ଜିଦରେ ଅଟଳ ରହିଛନ୍ତି । ତେବେ ରାହୁଳଙ୍କ ବିକଳ୍ପ ନ ବଛାହେବା ଯାଏଁ ରାହୁଲ ଅଧ୍ୟକ୍ଷ ପଦବିରେ ରହିବେ ବୋଲି ସମ୍ମତି ଜଣାଇଛନ୍ତି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇ ଥିଲା । ମାତ୍ର ୫୨ ଟି ଲୋକସଭା ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଛି ।