ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ;ଯଦି ମେଣ୍ଟ ସରକାର ଚାହିଁବେ ତେବେ ମୁଁ ପ୍ରଧାନମନ୍ତ୍ରୀ ହେବାପାଇଁ ରାଜି ବୋଲି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଶୁକ୍ରବାର ଦିନ କହିଛନ୍ତି ।ଏହା ଏକ ଦ୍ୱୀସ୍ତରିୟ ପ୍ରକ୍ରିୟା, ପ୍ରଥମେ ଭାରତୀୟ ଜନତା ପାର୍ଟିକୁ ନିର୍ବାଚନରେ ହରାଇବା ଏବଂ ଏହାପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥି ବିଷୟରେ ଚିନ୍ତା କରିବା ବୋଲି ହିନ୍ଦୁସ୍ଥାନ ଟାଇମସ୍ ମୁଖ୍ୟଙ୍କ ସହ ହୋଇଥିବା ଆଲୋଚନାରେ ରାହୁଲ କହିଛନ୍ତି ।
ସେ ଏବଂ ତାଙ୍କ ମା ସୋନିଆ ଗାନ୍ଧୀ ଙ୍କ ମଧ୍ୟରେ ଥିବା ସମାନତା ଏବଂ ଭିନ୍ନତା ବିଷୟରେ ପଚାରିବାରୁ ସେ କହିଲେ , ମୁଁ ପୂର୍ବରୁ ବହୁତ ଅଧର୍ଯ୍ୟ ଥିଲି, ମେ ମତେ ଧର୍ଯ୍ୟ ଧରିବା ଶିକ୍ଷା ଦେଇଛନ୍ତି ।
ନେତୃତ୍ୱ ଏକ ପ୍ରଗତିଶୀଳ ପ୍ରକ୍ରିୟା, ମୋ ନଜରରେ ନେତୃତ୍ୱ ଏପରି ଲୋକ ନେବା ଉଚ୍ଚିତ ଯିଏ ଲୋକ ମାନଙ୍କୁ ଶୁଣୁଥିବ ଏବଂ ସେମାନଙ୍କ ଅସୁବିଧା ବୁଝୁଥିବ ।