ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ପୂରା ସରଗରମ ରଜନୈତିକ ମାହୋଲ । ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଚାଲିଛି ଛକା ପଞ୍ଝା । କିଏ କାହାରିକୁ ଛାଡୁ ନାହାଁନ୍ତି । ରାଫେଲ ମାଲଲାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ଘେରିବାରେ କୌଣସି ମଉକା ଛାଡୁ ନାହାଁନ୍ତି । ଲଗାତର ଭାବେ ଟାର୍ଗେଟ କରିଚାଲିଛନ୍ତି । ଏବେ ରାହୁଲ ପୁଣି ମୋଦିଙ୍କ ପଞ୍ଜାବ ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି ।
ରାହୁଲ ଟ୍ୱିଟ୍ କରି କହିଛନ୍ତି କି, ଲାଗୁଛି କି ସଂସଦ ଏବଂ ଓପନ ବୁକ୍ ରାଫେଲ ପରୀକ୍ଷା ଛାଡି ପଞ୍ଜାବର ଲଭଲୀ ପ୍ରଫେସନାଲ ୟୁନିଭରସିଟିରେ ଛାତ୍ର-ଛାତ୍ରୀଙ୍କୁ ଲେକ୍ଚର ଦେବାକୁ ପଳାଇଛନ୍ତି ପ୍ରଧାନମନ୍ତ୍ରୀ । ମୁଁ ସେଠାକାର ଛାତ୍ର-ଛାତ୍ରୀଙ୍କୁ ସମ୍ମାନପୂର୍ବକ ଅନୁରୋଧ କରୁଛି କି ମୋଦ୍ୱାରା ଗତକାଲି ପଚରାଯାଇଥିବା ୪ଟି ପ୍ରଶ୍ନର ଉତ୍ତର ଦେବାକୁ ମୋଦିଙ୍କୁ କହିେ ।
ଖବରମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଜଳନ୍ଧରରେ ଥିବା ଲଭଲୀ ପ୍ରଫେସନାଲ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ଗୁରୁଦ୍ୱାରର ଏକ ନିର୍ବାଚନୀ ରାଲିକୁ ସମ୍ବୋଦ୍ଧିତ କରିବେ ।