ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରକ୍ଷା କ୍ଷେତ୍ରରେ ରପ୍ତାନି ବଢାଇବାକୁ ହେଲେ ଭାରତ ସହ ଋଷ ମିଳିତ ଭାବେ କାମ କରୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷକୁ ଅପିଲ କରିଛନ୍ତି । ମଙ୍ଗଳବାର ଦିନ ଋଷର ରାଜଧାନୀ ମସ୍କୋ ରେ ଋଷର ଉଦ୍ଦ୍ୟୋଗ ଏବଂ ବ୍ୟାପାର ମନ୍ତ୍ରୀ ଡେନିସ ମାନ୍ତୁରୋବଙ୍କ ସହିତ ‘ଋଷ ରକ୍ଷା ଉଦ୍ଦ୍ୟୋଗ ସହଯୋଗ ସମ୍ମିଳନୀ’ ରେ ରାଜନାଥ ସିଂ କହିଛନ୍ତି କି, ଦୁଇ ଦେଶ ମିଳିତ ଭାବେ ରକ୍ଷା ଉତ୍ପାଦନ କରିବା ଉଚିତ୍ । ଏହା ସହିତ ଏହି ଉତ୍ପାଦକୁ ରପ୍ତାନୀ ପାଇଁ ଏକ ମଞ୍ଚ ପ୍ରସ୍ତୁତ କରିବା ଉଚିତ୍ । ଏହାଦ୍ୱାରା ଭାରତ ଏବଂ ଋଷ ଦୁଇ ଦେଶ ସଫଳତା ହାସଲ କରିପାରିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତ ଦୀର୍ଘ ସମୟ ହେବ ରକ୍ଷାର ଅନ୍ତସ୍ଥଳ (ମିଗ୍, ଏକେ ୪୭) ଉତ୍ପାଦ ତିଆରି କରୁଥିବା ଦେଶ ସହିତ ଭାଗିଦାରୀ ହେବାକୁ ଚାହୁଁଥିଲା । ଯାହାଦ୍ୱାରା ମେକଇନ୍ ଇଣ୍ଡିଆ ପ୍ରୋଜେକ୍ଟ ସହ ମିଶି ସଂଶୋଧନର ଲାଭ ଉଠାଇ ପାରିବେ । ଦୁଇ ଦେଶ ମିଳିତ ହୋଇ ଏଭଳି ମଞ୍ଚ ନିର୍ମାଣ କରିବେ , ଯାହାଦ୍ୱାରା ରକ୍ଷା ଉତ୍ପାଦ ଦୁନିଆର ଅନ୍ୟଦେଶକୁ ରପ୍ତାନି କରାଯାଇ ପାରିବ ।
ରାଜନାଥ କହିଛନ୍ତି, ଭାରତ ସରକାର ପକ୍ଷରୁ ଉତ୍ତର ପ୍ରଦେଶ ଏବଂ ତାମିଲନାଡୁରେ ଦୁଇଟି ଡିଫେନ୍ସ କରିଡୋର ପ୍ରସ୍ତୁତ କରାଯାଇଛି । ଏଥିରେ ନିବେଶ ପାଇଁ ଆମେ ସାଥୀମାନଙ୍କୁ ମଉକା ଦେବାକୁ ଚାହୁଁଛୁ । ଆମେ ଆମର ରକ୍ଷା କ୍ଷେତ୍ରକୁ ଋଷର ବିକସିତ ଏବଂ ଯାନ୍ତ୍ରିକ ମାଧ୍ୟମରେ ଅତ୍ୟାଧୁନିକ କରିବାକୁ ଚାହୁଁଛୁ ।