ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନତାଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ୧୫ ଲକ୍ଷ ଟଙ୍କା ଜମା କରିବାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, ବର୍ଷ ୨୦୧୪ ଲୋକସଭା ନିର୍ବାଚନ ସମୟରେ ଲୋକଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବା ପ୍ରତିଶୃତି ଆମେ କଦାପି କରି ନାହୁଁ ।
ରାଜନାଥ ସିଂହ କହିଛନ୍ତି କି ଆମେ କଳାଧନ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଥିଲୁ ଏବଂ କଲୁ ବି । କଳାଧନକୁ ନେଇ ଆମ ସରକାର ହିଁ ଏସଆଇଟି ଗଠନ କରିଛି । ସବୁଠୁ ଖାସ୍ ହେଉଛି ରାଜନାଥଙ୍କର ଏହି ବୟାନଟି ସେହି ସମୟରେ ଆସିଛି ଯେଉଁ ସମୟରେ ବିଜେପିର ୨୦୧୪ ନିର୍ବାଚନ ପ୍ରତିଶୃତିକୁ ନେଇ ବିପକ୍ଷ ଦଳ ଟାର୍ଗେଟ କରିଥିଲେ ।
ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି କି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସମ୍ପର୍କୀୟଙ୍କ ଘରେ ଆୟକରବିଭାଗ ଏବଂ ଇଡିର ରେଡ୍ ରେ କୌଣସି ରାଜନୀତି ନାହିଁ । ଏନେଇ ବିଭାଗକୁ ଖବର ମିଳିବା ପରେ ହିଁ ରେଡ୍ କରାଯାଇଛି । ଆମେ ତାଙ୍କ କେସ୍ ଉପରେ ରୋକ ଲଗାଇ ପାରିଥାନ୍ତୁ? ମାତ୍ର ରେଡ୍ କରୁଥିବା ଏଜେନ୍ସି ସ୍ୱୟଂ ସଂସ୍ଥା । ତାଙ୍କ ଉପରେ ନିର୍ବାଚନ ଆଚାର ସଂହିତ ଲାଗୁ ହୁଏ ନାହିଁ ।
ସେହିପରି ବାଲାକୋଟରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ସମୟରେ ଏହି ମାମଲାରେ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଥିଲା କି ଯେପରି ନାଗରିକଙ୍କୁ କୌଣସି ପ୍ରକାର ଅସୁବିଧା ନ ହୁଏ । ବାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରଶ୍ନ କର କିନ୍ତୁ ସୁରକ୍ଷା କର୍ମୀଙ୍କୁ ପ୍ରମାଣ ମାଗ ନାହିଁ ।