ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ଏବଂ ରାଜ୍ୟସଭା ର କାର୍ଯ୍ୟବାହୀ ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ସେପଟେ ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି ।
– ଲୋକସଭାରେ ବିଲ୍ ଆଗତ କରିବା ପାଇଁ ଆଇନ୍ ମନ୍ତ୍ରୀ ଦାବି କରିଛନ୍ତି । ସେହିପରି ତିରୁବନ୍ତପୁରମ ରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି କି ବିଲ୍ ରେ ଅନେକ କଥା ସମ୍ବିଧାନ ବିରୋଧରେ ରହିଛି । ଯାହାକୁ ସେ ବିରୋଧ କରିଛନ୍ତି ।
– ଲୋକସଭାରେ ତୃତୀୟ ଥର ପାଇଁ ତିନି ତଲାକ ବିଲ୍ ରଖାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ହଙ୍ଗମା । ଏହି ବିଲ୍ କୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଗତ କରିଛନ୍ତି । ସେପଟେ ବିଲ୍ ର ଡ୍ରାଫ୍ଟକୁ କଂଗ୍ରେସ ବିରୋଧ କରିଛି । ଏହି ବିଲ୍ ରେ ତିନୋଟି ପରିବର୍ତ୍ତନ କରାଯାଇଛି ।
– ରାଜ୍ୟସଭାରେ ଏଆଇଏଡିଏମକେ ସାଂସଦ ବିଜିଲା ସତ୍ୟନାଥ କହିଛନ୍ତି, ପାଣି ଅଭାବ ରହୁଥିବା ରାଜ୍ୟ ହେଉଛି ତାମିଲନାଡୁ । ରାଜ୍ୟର ଏକମାତ୍ର ପ୍ରମୁଖ ନଦୀ ପ୍ରଣାଳୀ ହେଉଛି କାବେରୀ ନଦୀ ପ୍ରଣାଳୀ । ସେଥିପାଇଁ କାବେରୀ ଜଳ ପ୍ରବନ୍ଧନର ପୂରା ଅଧିକାର କେନ୍ଦ୍ର ସରକାର ନେବା ଉଚିତ୍ ।
– ରାଜ୍ୟସଭାର କାର୍ଯ୍ୟକାରୀ ଆରମ୍ଭ ହେଉ ହେଉ ଶ୍ରୀଲଙ୍କା ଚର୍ଚ୍ଚରେ ଆତଙ୍କୀ ହମଲାରେ ମୃତ୍ୟୁବରଣ ବରିଥିବା ଲୋକଙ୍କୁ ଉପସଭାପତି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
– ସେପଟେ ଲୋକସଭାରେ କଂଗେସ ନେତା ଅଧୀର ରଞ୍ଜନ ଚୌଧୁରୀ ମସ୍ତିସ୍କ ଜ୍ୱରର ପ୍ରସଙ୍ଗ ଉଠାଇଛନ୍ତି।
– ରାଜ୍ୟସଭା ରେ ସମସ୍ତ ସାଂସଦଙ୍କୁ ସଭାପତି ଭେଙ୍କେୟା ନାଇଡୁ ସ୍ୱାଗତ ଜଣାଇବା ସହ ସଦନ ଚଳାଇବା ପାଇଁ ଅପିଲ କରିଛନ୍ତି ।