ଛତିଶଗଡ (ଏଟିଆର ବ୍ୟୁରୋ ) ; ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଛତିଶଗଡର ମୁଖ୍ୟମନ୍ତ୍ରୀ । ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କଲେ ରମଣ ସିଂହ । ଯାହାକୁ ନେଇ ଏବେ ଯୋର ଧରିଛି ଚର୍ଚ୍ଚା । ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ରମଣ ସିଂହ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଏପରି ଦ୍ୃଶ୍ୟ ଦେଖିବାକୁ ମିଲିଛି । ନିଜ ବୟସ ଠାରୁ ୨୦ ବର୍ଷ ସାନ ଯୋଗୀଙ୍କ ପାଦ ଧରି ପ୍ରଣାମ ଜଣାଇଛନ୍ତି ରମଣ । ଖାଲି ସେତିକି ନୁହେଁ ରମଣଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଯୋଗୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି । ସେହିପରି ପାଖରେ ଥିବା ସାମର୍ଥକମାନେ ମଧ୍ୟ ଯୋଗୀଙ୍କୁ ଫୁଲମାଳ ପିନ୍ଧାଇବା ସହ ଅଳତୀ ମଧ୍ୟ କରିଥିଲେ ।
ସୂଚନା ଥାଉ କି , ଯୋଗୀଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିଜର ତାରକା ପ୍ରଚାରକ କରାଯାଇଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନ୍ଦଗାଓଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଛିଡା ହେଉଛନ୍ତି । ସେଥିପାଇଁ ପନ୍ଦଳରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପାଇଁ ଯୋଗୀ ଛତିଶଗଡ ଯାଇଥିଲେ । ସେପଟେ ରମଣ ସିଂହ ପୂର୍ବରୁ ମଧ୍ୟ ବହୁ ରାଜନେତାଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ଦେଖାଦେଇଛି । ୬୬ ବର୍ଷର ରମଣ ସିଂହ ୪୬ ବର୍ଷ ବୟସର ଯୋଗୀଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ନେଇ ସମାଲୋଚନା କରାଯିବା ସହ ରାଜନୀତି ଜୋର ଧରିଛି ।