ନୂଆଦିଲ୍ଲୀ (ଏଡିଆର ବ୍ୟୁରୋ): ଆତଙ୍କବାଦୀ ସଂଗଠନର ପ୍ରମୁଖ ମସୁଦ ଅଜହରକୁ ‘ମସୁଦ ଅଜହର ଜୀ’ ଉଚ୍ଚାରଣ କରି ବିବାଦରେ ଘେରି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ବୟାନକୁ ନେଇ ରାଜନୈତିକରେ ମହଲରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ତଥା ବିଜେପୀ ନେତା ରବିଶଙ୍କର ପ୍ରସାଦ ।
ରବିଶଙ୍କର କହିଛନ୍ତି କି ରାହୁଲ ଗାନ୍ଧୀ ଆଦର୍ଶ ସୂଚକ ଶଦ୍ଧ ବ୍ୟବହାର କରିଛନ୍ତି, ସେଥିପାଇଁ ସେ କ୍ଷମା ମଧ୍ୟ ମାଗି ନାହାନ୍ତି । ଏହାସହିତ ରାହୁଲ ସେହି ସମୟରେ ଆତଙ୍କୀ ମସୁଦ ଅଜହରକୁ ଜୀ କହି ସମ୍ବୋଧନ କରିଛନ୍ତି, ଯେଉଁ ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତ ଦାବି କରିଛି ।
ରବିଶଙ୍କର ଆହୁରୀ ମଧ୍ୟ କହିଛନ୍ତି କି ରାହୁଲ କୌଣସି ବୟାନକୁ ଗମ୍ଭୀରତା ସହ ଦେଉ ନାହାନ୍ତି । ଯଦି ସେ କ୍ଷମା ମାଗି ଥାନ୍ତେ ତାହାଲେ ଭଲ ହୋଇଥାନ୍ତା । ଏଥିରେ ଅସୁବିଧା କେଉଁଠି । ଯଦି ରାହୁଲ ଗାନ୍ଧୀ ଆତଙ୍କବାଦୀ ବିରୋଧରେ ହେଉଥିବା ଲଢେଇକୁ ଗମ୍ଭୀରତା ସହ ନେବେ ନାହିଁ ତେବେ ତାଙ୍କୁ ଆଉ କଣ କୁହାଯିବ ।
ଏହାବ୍ୟତିତ ରବିଶଙ୍କର ଟ୍ୱିଟ୍ କରି ତାଙ୍କ ରାଗ ବାହାର କରିଛନ୍ତି । ସେ ଲେଖିଛନ୍ତି କି ପ୍ରଥମେ ଓସାମା ଜୀ ଏବଂ ହାଫିଜ ସଇଦ ସାହାବ କହିଥିଲେ ଦିଗବିଜୟ ସିଂହ, ଏବେ ପୁଣି ମସୁଦ ଅଜହରକୁ ଜୀ ଶଦ୍ଧରେ କହିଛନ୍ତି ରାହୁଲ । ପ୍ରକୃତରେ କଂଗ୍ରେସ ଦଳରେ ହେଉଛି କ’ଣ?
Come on “Rahul Gandhi Ji”!
Earlier it were the likes of Digvijay Ji who called “Osama Ji” and “Hafiz Saeed Sahab”.
Now you are saying “Masood Azhar Ji”.
What is happening to Congress Party? pic.twitter.com/fIB4FoOFOh
— Ravi Shankar Prasad (@rsprasad) March 11, 2019